Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାର ପ୍ରଭାବ, ପରିବର୍ତ୍ତନ କରି ଦେଲା ମଣିଷର ମାନସିକତା, ଦେଖନ୍ତୁ ଏହି ଭିଡିଓ

23/08/2020 at 10:21 PM

ଭୁବନେଶ୍ବର୨୩/୮:  ଫିଲ୍ମ ଦୁନିଆର ସୋନୁ ସୁଦ୍ ଏବଂ ସବ୍ୟସାଚୀ ମିଶ୍ର ୨ ଜଣ ଅଭିନେତାଙ୍କୁ ରାଜ୍ୟବାସୀ ଏବଂ ଦେଶବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି।କରୋନା ଲକ୍‌ଡାଉନ୍‌ରେ ପ୍ରବାସୀ ଓଡିଆଙ୍କ ସେବାରେ ଅହରହ ଲାଗିଛନ୍ତି ସବ୍ୟସାଚୀ। କରୋନା କଟକଣାରେ ସମସ୍ତେ ନିଜ ନିଜ ଘରେ ରହୁଥିବା ବେଳେ ସବ୍ୟସାଚୀ କିନ୍ତୁ କରୋନା କଟକଣା ନିୟମ ମାନି ଲୋକମାନଙ୍କୁ ସହାୟତାର ହାତ ବଢ଼ାଉଛନ୍ତି।  ଲକ୍‌ଡାଉନ୍‌ର ଦୁଃଶ୍ଚିନ୍ତା ଗୋଟେ ଗରିବ ମଣିଷର ମାନସିକତା ଉପରେ କେତେ ଯେ ପ୍ରଭାବ ପକାଇପାରେ ତାହା ଏହି ଘଟଣା ବୁଝେଇ ଦେଇ ପରେ।

ବଲାଙ୍ଗୀର ସଇଁତଳାର ହାଡୁ କୁମାର, ଯିଏ ଗୁଜରାଟର ମୋର୍ବିରେ ଶ୍ରମିକ ଭାବେ କାମ କରନ୍ତି। ଲକଡାଉନ୍ ପରବର୍ତ୍ତୀ ସମୟର ଦୁଃଶ୍ଚିନ୍ତା ପାଇଁ ମାନସିକ ଭାରସାମ୍ୟ ହରାଇ ବସିଲେ। ତାଙ୍କ ବନ୍ଧୁ ନୀଳକଣ୍ଠ ମହାନନ୍ଦ ଗତ ତିନି ଦିନ ସବ୍ୟସାଚୀଙ୍କୁ ଯୋଗାଯୋଗ କରିଥିଲେ। ଲକ୍‌ଡାଉନ୍‌ ସମୟରେ ଓଡିଆ ପ୍ରବାସୀଙ୍କୁ ସବୁବେଳେ ସହଯୋଗର ହାତ ବଢ଼ାଇ ଆସୁଥିବା ସବ୍ୟ ବସ୍‌ ଯୋଗେ ଆଜି ତାଙ୍କୁ ଓଡିଶା ଫେରାଇ ଆଣୁଛନ୍ତି। ୨ ଦିନ ପରେ ହାଡୁ ସମ୍ବଲପୁରରେ ପହଞ୍ଚିବେ। ବଲାଙ୍ଗୀରରୁ ତାଙ୍କ ପରିବାର ଆସି ତାଙ୍କୁ ସମ୍ବଲପୁରରେ ଦେଖିବା ପରେ ହାଡୁଙ୍କ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚି ପଠାଇବାର ବନ୍ଦୋବସ୍ତ କରିଛି।

 ସେମାନଙ୍କ ଫେରିବାର ସବୁ ପ୍ରକାର ବନ୍ଦୋବସ୍ତ କରିବା ପରେ ସବ୍ୟ କହିଛନ୍ତି  ଯେ, ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ଏହା ଏକ ସ୍ମରଣୀୟ ସଂଯୋଗ ଯେ ଆଜି ଭଳି ପବିତ୍ର ଦିନରେ ପଶ୍ଚିମ ଓଡ଼ିଶାର ଏଇ ଭାଇଙ୍କ ପରିବାରକୁ ଏଇ ସମ୍ପର୍କର ହାତ ବଢ଼ାଇ ପାରିଲି। ମା ସମଲେଇଙ୍କୁ ପ୍ରାର୍ଥନା, ସେ ଯଥାଶୀଘ୍ର ଭଲ ହେଇ ଯାଆନ୍ତୁ।

   Related Posts