Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କରୋନା କଟକଣା ଯୋଗୁଁ ଟଙ୍କା ଉଠାଇବାକୁ ବ୍ୟାଙ୍କ ଆଗରେ ରାତି ଅଧରୁ ଲାଗିଛି ଲମ୍ବା ଲାଇନ, ଗରିବ ପିଲାଙ୍କ ପାଇଁ ଅନଲାଇନ ପାଠପଢ଼ା ହୋଇଛି ସାତ ସପନ

19/07/2020 at 7:41 PM

କଳାହାଣ୍ଡି ୧୯/୦୭ : ମହାମାରୀ କରୋନା ସମୟରେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି, ଅନେକ ଅଭାବନୀୟ, ସାଂଘାତିକ ଚିତ୍ର । କଟକଣା ଯୋଗୁଁ ଟଙ୍କା ଉଠାଇବାକୁ ବ୍ୟାଙ୍କ ଆଗରେ ରାତି ଅଧରୁ ଲାଗିଛି ଲମ୍ବା ଲାଇନ, ଗରିବ ପିଲାଙ୍କ ପାଇଁ ଅନଲାଇନ ପାଠପଢ଼ା ହୋଇଛି ସାତ ସପନ ।…

କରୋନା ପାଇଁ ଏକ ଅଭାବନୀୟ ଦୃଶ୍ୟ । ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଲାଗିଛି ରାତି ଅଧରୁ ଲମ୍ବା ଲାଇନ। ଏ ଚିତ୍ର ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ବ୍ଲକର । ଏହି ବ୍ଲକରେ ମାତ୍ର ଗୋଟିଏ ଏସବିଆଇ ବ୍ୟାଙ୍କ ରହିଛି । କରୋନା ପାଇଁ ବ୍ୟାଙ୍କରେ ଦିନକୁ ମାତ୍ର ୨୫୦ ନେଣଦେଣ କରିବାକୁ ସ୍ଥିର ହୋଇଛି । ତେଣୁ ସାଧାରଣ ହିତାଧିକାରୀ ୩୦-୪୦ କିଲୋମିଟର ଦୂରରୁ ଆସି ରାତି ୪ଟାରୁ ଲାଇନରେ ଛିଡା ହେଉଛନ୍ତି । ଏମାନଙ୍କ ପାଇଁ ଆଉ ଏକ ଅସୁବିଧା ହେଉଛି ଇନଟରନେଟ ସମସ୍ୟାରୁ ୫୦ ପ୍ରତିଶତ ଲୋକଙ୍କ ଆଧାର କାର୍ଡ ସହ ଆକାଉଣ୍ଟ ଲିଙ୍କ୍ ହୋଇ ନାହିଁ, ଫଳରେ ଅନେକ କରୋନା ସହାୟତା ରାଶି କିମ୍ବା ମନରେଗା ମଜୁରି ପାଇପାରୁ ନାହାନ୍ତି ।…

ସ୍କୁଲ ବନ୍ଦ ପିଲାମାନେ ସତେ ଯେମିତି ପାଠପଢ଼ା ଭୁଲି ଗଲେଣି । କିଏ ଚାଷ କାମରେ ତ ଆଉ କିଏ ମାଛ, କଙ୍କଡା ଧରୁଛି । ଇଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବାଘୁଆମେଦୀ ଗାଁର ଦୃଶ୍ୟ । ଅବିଭାବକଙ୍କ କହିବା କଥା ପାଖରେ ଖାଇବା ପାଇଁ ଟଙ୍କା ନାହିଁ, ଆଉ ୫-୧୦ ହଜାର ଦେଇ ସ୍ମାର୍ଟ ଫୋନ କିଣିବେ କେମିତି । ଏମାନଙ୍କ ପାଇଁ ଅନଲାଇନ ପଢ଼ା ସାତ ସପନ ପାଲଟିଛି ।…

ଏପଟେ ଦେଖିବାକୁ ମିଳିଛି ଲୋକଙ୍କ ଲୋଭର ସାଂଘାତିକ ଚିତ୍ର । ଖୋର୍ଦ୍ଧା ବାଲୁଗାଁରେ ଜଣେ ମାଛ ଗୋଦାମ ମାଲିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଗତକାଲି ମାଛ ମାର୍କେଟକୁ ୭ ଦିନ ପାଇଁ ସିଲ୍ କରାଯାଇଥିଲା । ସଂକ୍ରମିତ ବ୍ୟକ୍ତିଙ୍କ ଗୋଦାମରେ ଷ୍ଟକ ଥିବା ଦେଢ କୁଇଣ୍ଟାଲ ଚିଙ୍ଗୁଡି ଏବଂ ମାଛକୁ ବ୍ଲିଚିଂ ଦେଇ ପୋତା ଯାଇଥିଲା। ତେବେ ଏହାର କିଛି ସମୟ ପରେ ପୋତା ଯାଇଥିବା ଚିଙ୍ଗୁଡ଼ି ଏବଂ ମାଛକୁ କେତେକ ବେପାରୀ ଖୋଳି ବୋହି ନେଇଥିଲେ ।

   Related Posts