Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ସେୟାର ବଜାରରେ କରୋନା ମାଡ : ୧୩୯୧ ଅଙ୍କ ଖସିଲା ସେନସେକ୍ସ, ନିଫ୍ଟି ସ୍ଥିତି ବେହାଲ

5/04/2021 at 2:50 PM

ନୂଆଦିଲ୍ଲୀ ୦୫/୦୪ : ଦେଶରେ କରୋନାର ସଂକ୍ରମଣ ବ୍ୟାପକ ରୁପ ଧାରଣ କଲାଣି । ଏହାର ପ୍ରଭାବ ସିଧାସଳଖ ସେୟାର ବଜାର ଉପରେ ମଧ୍ୟ ପଡିଛି । କାରବାରର ପ୍ରଥମ ଦିନ​‌ରେ ବାମ୍ବେ ଷ୍ଟକ୍‌ ଲକ୍ସଚେଞ୍ଜର ସେନସେକ୍ସ ମାତ୍ର ୯ ଅଙ୍କ ହ୍ରାସ ପାଇ ୫୦,୦୨୦ରେ ଖୋଲିଥିଲା । କିନ୍ତୁ କାରବାର ସମୟରେ ଦିନ ୧୦.୨୦ରେ ବିଏସଇ ସେନସେକ୍ସ ୧୩୯୧ ଅଙ୍କ ହ୍ରାସ ପାଇ ୪୮,୬୩୮କୁ ଖସିଆସିଥିଲା ।

ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି କାରବାର ଆରମ୍ଭରୁ ୩୦ ଅଙ୍କ ହ୍ରାସ ପାଇ ୧୪,୮୩୭.୭୦ରେ ଖୋଲିଥିଲା । ତେବେ କାରବାର ସମୟରେ ଏନ୍‌ଏସ୍‌ଇ ନିଫ୍ଟି ପ୍ରାୟ ୩୮୮ ଅଙ୍କ ହ୍ରାସ ପାଇ ୧୪,୪୭୯.୩୦କୁ ଖସିଆସିଥିଲା । କେବଳ ଆଇଟି ସେକ୍ଟରକୁ ଛାଡି ବାକି ସମସ୍ତ ସେକ୍ଟରଗୁଡିକର ସୁଚକାଙ୍କ ଲାଲ ସଙ୍କେତରେ ରହିଛି ।

ନିଫ୍ଟିରେ ବୃଦ୍ଧି ପାଇଥିବା ପ୍ରମୁଖ ସେୟାରଗୁଡିକ ହେଉଛି ଇନ୍‌ଫୋସିସ୍‌, ବ୍ରିଟାନିଆ, ଓ୍ବିପ୍ରୋ, ଶ୍ରୀ ସିମେଣ୍ଟ ଏବଂ ଏଚ୍‌ସିଏଲ୍‌ ଟେକ୍‌ ସାମିଲ ଅଛି । କାରବାର ଆରମ୍ଭରୁ ଏନ୍‌ଏସ୍‌ଇର ପ୍ରାୟ ୭୯୯ ସେୟାରରେ ବୃଦ୍ଧି ଏବଂ ୧୫୫୨ ସେୟାର​‌ରେ ହ୍ରାସ ପରିଲକ୍ଷିତ ହୋଇଛି ।

   Related Posts