Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

କରୋନା ପୁଣି ଭାଙ୍ଗିଦେବ କି ମେରୁଦଣ୍ଡ ? ବାଜିରେ ଜୀବନ, ଚିନ୍ତାରେ ଅର୍ଥନୀତି :ସତର୍କ ରହିଲେ ହିଁ ନିସ୍ତାର

7/04/2021 at 3:17 PM

ନୂଆଦିଲ୍ଲୀ ୭|୪:କରୋନାର ସକ୍ରିୟ ସଂକ୍ରମଣ ଆଶଙ୍କାରେ ଭୟଭୀତ ଦେଶ । ବିଶ୍ୱରେ ୨୧୩ ଟି ଦେଶରେ କରୋନା ଭୂତାଣୁ ସୃଷ୍ଟି କରିଛି ବିପର୍ଯ୍ୟୟ। ପ୍ରାଣ ଘାତକ ସାଜି ଲକ୍ଷ ଲକ୍ଷ ଲୋକଙ୍କ  ଜୀବନ ନେଇଛି । ଅଷ୍ଟ୍ରେଲିଆ  କରୋନା ମୁକ୍ତ ହେବା ଦିଗରେ ଅଗ୍ରସର ହେଉଥିବାବେଳେ ଭାରତରେ ଦ୍ୱିତୀୟ ଲହର ଜାରି ରହିଛି ବୋଲି ଚର୍ଚ୍ଚା ହେଉଛି । ଆଶଙ୍କା କରାଯାଉଛି, ପ୍ରଥମ ଲହର ଠାରୁ ଏହା ଦ୍ରୁତ ଓ ଭୟଙ୍କର । ଅବସ୍ୟମ୍ଭାବୀ ହୋଇପଡିଛି ଏହା ବିରୋଧରେ ଯୁଦ୍ଧକୁ ଚଳାଇ ରଖିବା । ସଂକ୍ରମଣର ସର୍ବକାଳୀନ ରେକର୍ଡ ଭାଂଗିଛି  ମହାରାଷ୍ଟ୍ର । ଜାରି ହୋଇଛି ସପ୍ତାହାନ୍ତ ଲକ୍ ଡାଉନ । ଜାରି ହୋଇଛି, ରାତ୍ରୀ କାଳୀନ କର୍ଫ୍ୟୁ । ଓଡିଶାରେ ଭୂତାଣୁ ସଂକ୍ରମଣ ହେଉଥିବାର ଚର୍ଚ୍ଚା ଦାନା ବାନ୍ଧିଛି । ରାଜ୍ୟର ୧୦ ଟି ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଏବେ କିଛି ବଡ ସହରକୁ ନେଇ ଚର୍ଚ୍ଚା । ଉପକୂଳବର୍ତ୍ତୀ ଜିଲ୍ଲା, ବିଶେଷ କରି ରାଜଧାନୀରେ ବଢିବାରେ ଲାଗିଛି କୋଭିଡ୍ ସଂକ୍ରମଣ ଆଶଙ୍କା ।

ଜୀବନ ମରଣର ଏହି ଯୁଦ୍ଧରେ ସୁରକ୍ଷା ସହ ଯୋଡା  ହୋଇଛି ଅର୍ଥନୈତିକ ଭିତ୍ତି ଭୂମି । ଏହାର ଗତି, ପ୍ରଗତି ଓ ବିକାଶ । ହେଲେ କର୍ଫ୍ୟୁ କଟକଣା ଜାରି ହେଲେ ଏହା ସଂପୂର୍ଣ୍ଣ ଭୁଷୁଡି ପଡିବାର ଆଶଙ୍କା ଦେଖାଦେଇଛି । ଦ୍ବିତୀୟ ଲହର ସଂକ୍ରମଣ ଭୟ , ଆତଙ୍କ ଓ ବିପର୍ଯ୍ୟକୁ ରୋକିବା କ୍ଷେତ୍ରରେ ଏହା ଦିଗ ଦେଖାଇବ ବୋଲି ଆଶା କରା ଯାଉଛି । ସାମାଜିକ ସଂକ୍ରମଣର ନିୟନ୍ତ୍ରଣ ହିଁ କରୋନା ପ୍ରକୋପକୁ ପ୍ରତିହତ କରି ପାରିବ ବୋଲି ବିଶେଷଜ୍ଞ ଚର୍ଚ୍ଚା କରୁଛନ୍ତି । ତୃଣମୂଳ ସ୍ତରରେ ଆମକୁ ନେତୃତ୍ବ ଓ ଏହାର ପ୍ରଭାବକୁ ସଂଗଠିତ କରିବାକୁ ପଡିବ । ସୂଚନା, ସଫେଇ  ଓ ସାମାଜିକ ଦୂରତା, ଭୟା ବହତାକୁ କମାଇ ପାରିବ । ‘ଗାରିମା’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ପ୍ରମୁଖ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରିବାର ଏକ ପ୍ରୟାସ ଆରମ୍ଭ କରିଛନ୍ତି । ମୁକାବିଲା କ୍ଷେତ୍ରରେ ଏହାର ଦୂରଦର୍ଶିତାକୁ ପ୍ରୟୋଗ କରାଗଲେ  କିଛି ସୁଫଳ ମିଳି ପାରନ୍ତା ।  ସୀମାଞ୍ଚଳ ଓ ଉପାନ୍ତ ଜିଲ୍ଲା ଗୁଡିକ ପ୍ରତି ସରକାର ପ୍ରତ୍ୟକ୍ଷ ଦୃଷ୍ଟି ରଖିଛନ୍ତି ।

ମୁକାବିଲା ପାଇଁ ସାର୍ବଜନୀକ କାର୍ଯ୍ୟକ୍ରମ ଗୁଡିକ ଉପରେ ପ୍ରତିବନ୍ଧକ ସହିତ ହାଟ, ବଜାର ଓ ମଲ୍’ରେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହେବା ଆବଶ୍ୟକତା ବାରି ହୋଇ ପଡୁଛି । ସକ୍ରିୟ ଓ ଚଳ ଚଞ୍ଚଳ ଜନ ଜୀବନ ହିଁ କରୋନା ମୁକାବିଲା କ୍ଷେତ୍ରରେ ପ୍ରମୁଖ ଶକ୍ତି । ଯାତ୍ରୀବାହୀ ସେବା ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଅସ୍ୱାଭାବିକ ହୋଇ ପଡିବ ଜନଜୀବନ ।  ଆମକୁ କିଛି ବିକଳ୍ପ ପନ୍ଥା ବାଛିବାକୁ ପଡିବ । ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ କରୋନା ଟେଷ୍ଟିଂକୁ ପୁଣି କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି । ଯାତ୍ରୀବାହୀ ରେଳ ସ୍ୱାଭାବିକ ହେବାକୁ ଆରମ୍ଭ କରିଛି । ବୋଧହୁଏ ଏହା , ସଡକ ପଥର ଭିଡକୁ କମାଇବା ଦିଗରେ ସାହାଯ୍ୟ କରିବ । ଯାତ୍ରା ଜନିତ ଭିଡ ପ୍ରତି ଆମେ ସତର୍କ ରହିବା ଆବଶ୍ୟକ । ଯାତ୍ରୀବାହୀ ଗାଡି ଗୁଡିକ ସାନି ଟାଇଜ ହେବା ସହିତ ଷ୍ଟେସନ କିମ୍ବା ଷ୍ଟାଣ୍ଡରେ ଏହାର ତଦାରଖ ହୋଇ ପାରିଲେ ଆମେ ଆଶ୍ୱସ୍ତ ଅନୁଭବ କରି ପାରନ୍ତେ । ଗାଡିର ଭିତର ଓ ବାହାର ଭଲ ଭାବେ ଧୁଆ ପୋଛା ହୋଇ ପାରିଲେ ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଏଡାଇ ହୋଇ ପାରନ୍ତା ।

   Related Posts