କଟକରେ କରୋନା ଔଷଧ ଗୁଜବ: ଥାନା ସାମ୍ନାରେ ଲାଗିଥିବା ବ୍ୟାନରରେ ରହିଛି ନାଁ ଏବଂ ଫୋନ ନମ୍ବର
13/03/2020 at 11:14 AM

କଟକ୧୩/୩: କରୋନାରେ ଭୟରେ ପୂରା ବିଶ୍ବ ଆତଙ୍କିତ। ସେଥିରୁ ବାଦ ନାହିଁ ଭାରତ। ପୁଣି ରାଜ୍ୟରେ କରୋନକୁ ନେଇ ବିଭିନ୍ନ ସମୟରେ ଖବର ମଧ୍ୟ ସାମ୍ନାକୁ ଆସୁଛି। କରୋନା ଭାଇରସ୍ର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ଏହି ସମୟରେ କଟକ କିଶନନଗରରୁ ଏକ ଖବର ସାମ୍ନାକୁ ଆସିଛି।
କଟକ କିଶନନଗରରେ କରୋନା ଔଷଧ ମିଳୁଥିବା ନେଇ ଲାଗିିଛି ଏକ ବ୍ୟାନର। ଏମିତି ଏକ ବ୍ୟାନରକୁ ନେଇ କଟକ କିଶନନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କରୋନା ଭାଇରସର କୌଣସି ଔଷଧ ବାହାରିନଥିବା ବେଳେ ଏହି ବ୍ୟାନର ଲଗାଇଛନ୍ତି ଜଣେ ବ୍ୟକ୍ତି।
ଏହି ପୋଷ୍ଟର ପୁଣି ଥାନା ଆଗରେ ଲାଗିଛି । ଏହି ବ୍ୟାନର ଏକ ହୋମିଓପ୍ୟାଥିକ ଦୋକାନର ବୋଲି ଜଣାପଡିଛି । ଏଥିରେ ନାଁ ଏବଂ ଫୋନ ନମ୍ବର ମଧ୍ୟ ରହିଛି । ଏପ୍ରକାର ଭ୍ରାନ୍ତି ପ୍ରଚାର କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ତେଣୁ ଏହା ଉପରେ ପ୍ରଶାସନ ମଧ୍ୟ ପଦକ୍ଷେପ ନେବା ପାଇଁ ଦାବି ଉଠିଲାଣି ।