Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କରୋନା ରଙ୍ଗ, ଜାତି, ଧର୍ମ ଦେଖେନାହିଁ, ଭାଇଚାରା ରକ୍ଷା କରିବା ଜରୁରୀ- ପ୍ରଧାନମନ୍ତ୍ରୀ

19/04/2020 at 6:32 PM

ନୂଆଦିଲ୍ଲୀ, ୧୯|୦୪:  ଭାଇଚାରା ଓ ସଦଭାବନା କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଭାଇରସ କେବେ ବି ଜାତି, ଧର୍ମ ଓ ସୀମା ଦେଖେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମୋଦୀ କହିଛନ୍ତି ଯେ, କରୋନା ଭାଇରସ ଧର୍ମ, ରଙ୍ଗ, ଜାତି ଦେଖେ ନାହିଁ । ଏହା ସମ୍ପ୍ରଦାୟ, ଭାଷା ଓ ସୀମା ମଧ୍ୟ ଦେଖେ ନାହିଁ । କରୋନା ଲଢେଇରେ ଆମେ ସମସ୍ତେ ଏକଜୁଟ ରହିଛୁ ବୋଲି ସେ ଉଲ୍ଲେଖ କରିଛନ୍ତି । ମୋଦୀଙ୍କ ଏହି ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଭାରତରେ ତବଲିଗି ଜମାତ ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅବିଯୋଗ ହେଉଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ବିଭିନ୍ନ ଦେଶ ଓ ସମାଜ ପରସ୍ପରର ବିରୋଧ ଥିଲେ ସେତେବେଳେ ଭାରତ ମିଳିତ ଭାବେ ଭାଇରସର ମୁକାବିଲା କରୁଛି । ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ ।କରୋନା ପାଇଁ ଯାହା କ୍ଷତି ହୋଇଛି ତାହାର ଭରଣା କରାଯିବ ।

ସୂଚନାଯୋଗ୍ୟ, ଭାରତରେ କରୋନା ମୃତ୍ୟୁସଂଖ୍ୟା ୫୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୫ ହଜାରରେ ପହଁଚିଛି ।

   Related Posts