Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ, ୩କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

10/05/2020 at 6:48 AM

ଭୁବନେଶ୍ବର ୧୦।୫ : ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ସେହିପରି ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ରବିବାର ରାଜ୍ୟରେ ଆଉ ୫୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରବିବାର ଚିହ୍ନଟ ହୋଇଥିବା ୫୮ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୯ ଜଣ, ଅନୁଗୋଳ ଜିଲ୍ଲାରୁ ୧୩ ଜଣ, ବାଲେଶ୍ବର ଜିଲ୍ଲାରୁ ୧୫ ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ରହିଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ରବିବାର ଆଉ ୨୯ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେହିପରି ଅନୁଗୋଳ ଜିଲ୍ଲାରେ ପ୍ରଥମ ଥର ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର କରୋନା ଗ୍ରାଫ୍‌ରେ ଯୋଡି ହୋଇଯାଇଛି ଅନୁଗୋଳ ଜିଲ୍ଲା । ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୩ ରହିଛି । ବାଲେଶ୍ବର ଜିଲ୍ଲାରୁ ଆଉ ୧୫ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି । ସେଥିମଧ୍ୟରୁ ୩୩ଟି ଆକ୍ଟିଭ୍ କେସ୍ ଥିବାବେଳେ ୯ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମୟୁରଭଞ୍ଜ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଜିଲ୍ଲାରେ ୮ଟି ଯାକ ଆକ୍ଟିଭ କେସ୍ ରହିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶନିବାର ବିଭିନ୍ନ ସ୍ଥାନରୁ ୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ୨୪ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ଜଣେ ଏବଂ ନୟାଗଡ ଜିଲ୍ଲାରୁ ଜଣେ ରହିଥିଲେ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts