Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ସପ୍ତାହକରେ ୨ଗୁଣା ହେଲା କରୋନା ମୃତ୍ୟୁସଂଖ୍ୟା, ଇଟାଲୀ, ସ୍ପେନ,ଆମେରିକା ଓ ବ୍ରିଟେନରେ ହାହାକାର

3/04/2020 at 3:57 PM

ଚୀନ ଉହାନରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି। ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧ଲକ୍ଷ ୨୬ ହଜାର ୬୮୮ ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର ହୋଇଛି। କେବଳ ମାର୍ଚ୍ଚ ଶେଷ ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣ ହେବା ସହ ମୃତ୍ୟୁ ମଧ୍ୟ ୨ ଗୁଣା ହୋଇଛି। ଏଥିରେ ଆମେରିକା, ଇଟାଲୀ, ସ୍ପେନ ଓ ବ୍ରିଟେନରେ କରୋନା ମୃତ୍ୟୁକୁ ନେଇ ହାହାକାର ପଡିଯାଇଛି।

କେବଳ ଇଟାଲୀ ଓ ସ୍ପେନରେ ଏପର୍ଯ୍ୟନ୍ତ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୪୫ହଜାର ୧୯୩ରେ ପହଞ୍ଚିଲାଣି। ଏଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ୬ ହଜାର ୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପେଣ୍ଟାଗନ ୧ଲକ୍ଷ ବଡି ବ୍ୟାଗ୍ ଅର୍ଡର ଦେଇଛନ୍ତି।  ଏହି ଖବର ପ୍ରଚାରିତ ହେବା ପରେ ଦେଶରେ ଆତଙ୍କ ଖେଳିଯାଇଛି।

ତେବେ ଆମେରିକାରେ ଭୂତାଣୁ ମୁକାବିଲା ଲାଗି କାର୍ଯ୍ୟ କରୁଥିବା ଟିମ୍‌ର  ମୁଖ୍ୟ ଡ.ଫ୍ୟାନସୀଙ୍କ ବୟାନ ଏବେ ଲୋକଙ୍କୁ ଚିନ୍ତିତ କରିଛି। ଦେଶରେ ସଂକ୍ରମଣ ହାରରୁ ସେ ଅନୁନ୍ୟ ଅଢେଇ ଲକ୍ଷ ଲୋକଙ୍କ ମୃତ୍ୟୁ ଆକଳନ କରିଛନ୍ତି। ଏଥିରେ ଦେଶର ପ୍ରମୁଖ ସହରର ନ୍ୟୁୟର୍କରେ ଇତିମଧ୍ୟରେ ୧ହଜାର ୧୩୯ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୪୭ ହଜାରରୁ ଅଧିକ ପଜେଟିଭ କେସ୍ ମିଳିଲାଣି।

ବ୍ରିଟେନରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ହଜାର ୭୧୮ ଜଣଙ୍କ ନମୁନା ପଜେଟିଭ ଆସିଛି। ଏଥିରେ ଅନେକ ଅସୁସ୍ଥ ଗୁରୁତର ଥିବା ବେଳେ  ବ୍ରିଟିଶ ମେଡିକାଲ ଆସୋସିଏସନ ଗାଇଡ ଲାଇନ ଜାରି କରି ଯେଉଁମାନେ ଅତି ଗୁରୁତର ସେମାନଙ୍କୁ ଭେଣ୍ଟିଲେଟରକୁ ନ ନେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ସରକାର ଅଧିକରୁ ଅଧିକ ଲୋକଙ୍କ ଭୂତାଣୁ ପରୀକ୍ଷଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

   Related Posts