Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଦେଶରେ ୧୦ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୩୩୯ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

14/04/2020 at 9:26 AM

ନୂଆଦିଲ୍ଲୀ ୧୪।୪: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଏକ ହଜାର ନୂତନ ମାମଲା ପ୍ରକାଶ ପାଇଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୦୩୬୩କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭାଇରସ୍ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୩୩୯ ଜଣ ପ୍ରାଣ ହରାଇଛନ୍ତି । ଏହି ଭାଇରସ୍ କବଳରୁ ୧୦୩୬ଜଣ ସୁସ୍ଥ ହୋଇଛନ୍ତି ।

କରୋନା ଭାଇରସ୍ ଦ୍ବାରା ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ସେଠାରେ ୨୩୩୪ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧୭ ଜଣ ସୁସ୍ଥ ହୋଇଛନ୍ତି । ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଦିଲ୍ଲୀରେ ୧୫୧୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି । ସେଠାରେ ୧୧୭୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଆନ୍ଧ୍ରପ୍ରଦେଶରେ ୪୩୨ ସଂକ୍ରମିତ (୭ ମୃତ୍ୟୁ), ଆଣ୍ଡାମାନ ଏବଂ ନିକୋବରରେ ୧୧ ସଂକ୍ରମିତ, ଅରୁଣାଚଳ ପ୍ରଦେଶରେ ଜଣେ ସଂକ୍ରମିତ, ଆସାମରେ ୩୧ ସଂକ୍ରମିତ (ଗୋଟିଏ ମୃତ୍ୟୁ), ବିହାରରେ ୬୫ ସଂକ୍ରମିତ (ଗୋଟିଏ ମୃତ୍ୟୁ), ଚଣ୍ଡିଗଡରେ ୨୧ ସଂକ୍ରମିତ, ଛତିଶଗଡରେ ୩୧ ସଂକ୍ରମିତ, ଗୋଆରେ ୭ ସଂକ୍ରମିତ, ଗୁଜୁରାଟରେ ୫୩୯ ସଂକ୍ରମିତ (୨୬ ମୃତ୍ୟୁ), ହରିୟାଣାରେ ୧୮୫ ସଂକ୍ରମିତ (୩ ମୃତ୍ୟୁ) ।

ସେହିଭଳି ହିମାଚଳ ପ୍ରଦେଶରେ ୩୨ ସଂକ୍ରମିତ (ଗୋଟିଏ ମୃତ୍ୟୁ), ଜାମ୍ମୁ କାଶ୍ମୀରରେ ୨୭୦ ସଂକ୍ରମିତ (୪ ମୃତ୍ୟୁ), ଝାଡଖଣ୍ଡରେ ୨୪ ସଂକ୍ରମିତ (୨ ମୃତ୍ୟୁ), କର୍ଣ୍ଣାଟକରେ ୨୪୭ ସଂକ୍ରମିତ (୬ ମୃତ୍ୟୁ), କେରଳରେ ୩୭୯ ସଂକ୍ରମିତ (୩ ମୃତ୍ୟୁ), ଲଦାଖରେ ୧୫ ସଂକ୍ରମିତ, ମଧ୍ୟପ୍ରଦେଶରେ ୬୦୪ ସଂକ୍ରମିତ (୪୩ ମୃତ୍ୟୁ), ମଣିପୁରରେ ୨ ସଂକ୍ରମିତ, ମିଜୋରାମରେ ଜଣେ ସଂକ୍ରମିତ, ନାଗାଲାଣ୍ଡରେ ଜଣେ ସଂକ୍ରମିତ, ଓଡିଶାରେ ୫୪ ସଂକ୍ରମିତ (ଗୋଟିଏ ମୃତ୍ୟୁ) ।

ସେହିଭଳି ପୁଡୁଚେରୀରେ ୭ ସଂକ୍ରମିତ, ପଞ୍ଜାବରେ ୧୬୭ ସଂକ୍ରମିତ (୧୧ ମୃତ୍ୟୁ), ରାଜସ୍ଥାନରେ ୮୭୩ ସଂକ୍ରମିତ (୩ ମୃତ୍ୟୁ), ତେଲେଙ୍ଗାନାରେ ୫୬୨ ସଂକ୍ରମିତ (୧୬ ମୃତ୍ୟୁ), ତ୍ରିପୁରାରେ ୨ ସଂକ୍ରମିତ, ଉତ୍ତରାଖଣ୍ଡରେ ୩୫ ସଂକ୍ରମିତ, ଉତ୍ତରପ୍ରଦେଶରେ ୫୫୮ ସଂକ୍ରମିତ (୫ ମୃତ୍ୟୁ), ପଶ୍ଚିମବଙ୍ଗରେ ୧୯୦ ସଂକ୍ରମିତ (୭ ମୃତ୍ୟୁ) ରିପୋର୍ଟ ହୋଇଛି । ଏପର୍ଯ୍ୟନ୍ତ ୧୦୩୬ ସୁସ୍ଥ ହୋଇଛନ୍ତି ।

   Related Posts