ଚୀନ୍ ପରେ ଦକ୍ଷିଣ କୋରିଆରେ କାୟା ବିସ୍ତାର କରୁଛି 'କରୋନା', ୩୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | February 22, 2020 IST

ସିଓଲ ୨୨।୨: ଚୀନ୍ ପରେ ଦକ୍ଷିଣ କୋରିଆରେରେ ବ୍ୟାପିଲାଣି କରୋନା । ଶନିବାର ଦିନ କରୋନା ଭାଇରସ୍ ରେ ୧୪୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଫଳରେ ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଛି । ଦେଶର ଦକ୍ଷିଣରେ ଥିବା ସହରଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଚୀନ୍ ପରେ ଦକ୍ଷିଣ କୋରିଆରେ ସବୁଠୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ବର୍ତ୍ତମାନ ସୁଦ୍ଧା ଚୀନ୍ ରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୬ରେ ପହଞ୍ଚିଛି ।

{"id":227525,"sizeSlug":"large"}

ସେହିଭଳି ଇରାନରେ ମଧ୍ୟ କରୋନା ଭାଇରସ୍ କାୟା ବିସ୍ତାର କରୁଛି । ଇରାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଶୁକ୍ରବାର ଇରାନରେ ପୁଣି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

{"id":227526,"sizeSlug":"large"}

କରୋନା ଭାଇରସ୍ ଯୋଗୁ ଚୀନ୍ ରେ ଏବେ ମୃତ୍ୟୁସଂଖ୍ୟା ୨ ହଜାର୨୩୯ରେ ପହଞ୍ଚିଛି । ୭୬ ହଜାରରୁ ଅଧିକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି । ଶୁକ୍ରବାର ଚୀନ୍ ରୁ ପୁଣି ୮୮୯ଟି ନୂଆ ମାମଲା ସ୍ପଷ୍ଟ କରାଯାଇଛି। ଏହା ପୂର୍ବଦିନର ସଂଖ୍ୟା ଅପେକ୍ଷା ଯଥେଷ୍ଟ ଅଧିକ ରହିଛି । ଉହାନ୍ ପରେ ଏବେ ଚୀନ୍ ରାଜଧାନୀ ବେଜିଂରେ ବି ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.