ଅନାଥ କରିଦେଲା କରୋନା: ୩ ଦିନରେ ଆଗପଛ ହୋଇ ଚାଲିଗଲେ ବାପା-ମା, ବାପାର ଅସ୍ଥି ବିସର୍ଜନ କରି ଫେରିଲାବେଳକୁ ମା' ଆଉ ନାହିଁ

Published By : Prameya-News7 Bureau | April 25, 2021 IST

ଗାଜିଆବାଦ ୨୫/୦୪ : ଗାଜିଆବାଦ ଗୋବିନ୍ଦପୁରମରେ ରହୁଥିବା କରୋନା ସଂକ୍ରମିତ ଶଶି ଶର୍ମା (୫୨)ଙ୍କ ପରିବାର ପାଖରେ ଟଙ୍କା, ସୁପାରିଶ ସବୁ ଥିଲା କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଚିକିତ୍ସାର ଅଭାବ ଥିଲା। ଶଶିଙ୍କ ପରିବାର ଲୋକେ ହସ୍ପିଟାଲରେ ବେଡ଼ ପାଇଁ ୪ ଘଣ୍ଟା ବୁଲିଥିଲେ କିନ୍ତୁ ପାଇନଥିଲେ। ଶେଷରେ ଶଶି ହରାଇ ଯାଇଥିଲେ। ବେଡ୍ ନ ପାଇ ସେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରି ଚାଲିଗଲେ। କିନ୍ତୁ ମୃତ୍ୟୁ ପରେ ବି ସମସ୍ୟାର ଅନ୍ତ ଘଟିନଥିଲା। ଅନ୍ତିମ ସଂସ୍କାର ପାଇଁ ପହଞ୍ଚିବା ବେଳେ ସ୍ମଶାନ ଘାଟରେ ଲମ୍ବା ଲାଇନରେ ରଖାଯାଇଥିଲା ଶବ। ଅନ୍ତିମ ସଂସ୍କାର ପାଇଁ ମଧ୍ୟ ପରିବାର ଲୋକଙ୍କୁ ୪ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲ। 

ଶଶି ଶର୍ମା ଏପ୍ରିଲ ୨୧ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଗାଜିଆବାଦ-ହାପୁଡରେ ତାଙ୍କୁ ହସ୍ପିଟାଲ ମିଳିଲାନି। ୨୨ ତାରିଖ ରାତିରେ ଗ୍ରେଟର ନୋଏଡା ଗ୍ରୀନ ସିଟି ହସ୍ପିଟାଲରେ ପ୍ରାଥମିକ ଉପଚାର କରି ମେରଠ ରେଫର କରାଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକେ ତାଙ୍କୁ ମେରଠ ହସ୍ପିଟାଲ ନେଇଆସିଲେ, କିନ୍ତୁ ସେଠାରେ ବେଡ଼ ଖାଲି ନଥିଲା। ସେଠାରୁ ଏକ ଘରୋଇ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ଫେରାଇ ଦେଇଥିଲେ। ଏହିଭଳି ହସ୍ପିଟାଲ ଚକ୍କର କାଟି କାଟି ଭୋର ୪ଟା ହେଇଗଲା। ସକାଳ ୫ଟା ତାଙ୍କୁ ଭର୍ତ୍ତି କରାଗଲା। ଏମର୍ଜେନ୍ସି ୱାର୍ଡରେ ବେଡ଼ ପାଇଁ ଟଣାଓଟରା ଚାଲିଥିଲା। ଘରଲୋକ କହିଛନ୍ତି, ଷ୍ଟେଚର ଅସନା ହୋଇଥିଲା ବୋଲି ବୁଢାପଟା ପକାଇ ମା'ଙ୍କୁ ସେଥିରେ ଶୁଆଇଥିଲେ। କିନ୍ତୁ ଦେଖିବାକୁ କେହିନଥିଲେ। ଧୀରେ ଧୀରେ ତାଙ୍କ ଅକ୍ସିଜେନ ସ୍ଥର କମିବାକୁ ଲାଗିଲା ଓ ୨୪ ତାରିଖ ଅପରାହ୍ନ ୧୨ଟା ୪୦ ମିନିଟରେ ଶଶିଙ୍କ ପ୍ରାଣବାୟୁ ଉଡିଯାଇଥିଲା।

{"id":443883,"sizeSlug":"large","linkDestination":"none"}

ମୃତ୍ୟୁ ପରେ ହସ୍ପିଟାଲ କର୍ମଚାରୀ ଘରଲୋକଙ୍କ ହାତରେ ପଲି ପ୍ୟାକ ଧରାଇ ଦେଇଥିଲେ। ଘରଲୋକ ନିଜେ ପଲି ପ୍ୟାକରେ ଶବ ଭର୍ତ୍ତି କରି ଷ୍ଟେଚର ଟାଣି ଟାଣି ବାହାରକୁ ଆଣିଥିଲେ। ଅନ୍ତିମ ସଂସ୍କାର ପାଇଁ ବଜ୍ରଘାଟ ପହଞ୍ଚିଲା ବେଳକୁ ସେଠାରେ ଲମ୍ବା ଲାଇନରେ ଶବ ରଖାଯାଇଥିଲା। ସେଠାରେ ପୁଣି ୪ ଘଣ୍ଟା ଅପେକ୍ଷା କରିବା ପରେ ତାଙ୍କ ପାଳି ଆସିଥିଲା। ଚିକିତ୍ସା ତ ହେଇପାରିଲାଣି କିନ୍ତୁ ଯେକୌଣସି ପ୍ରକାରେ ଅନ୍ତିମ ସଂସ୍କାର ହୋଇଗଲେ।   

ରାଜଧାନୀ ଦିଲ୍ଲୀରୁ ମଧ୍ୟ ଏହିଭଳି ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ରୋହିଣୀରେ ରହୁଥିବା ଏକ ଦମ୍ପତି ୩ ଦିନରେ କରୋନାରେ ପ୍ରାଣ ହରାଇଲେ। ଦମ୍ପତି ତ ଚାଲିଗଲେ କିନ୍ତୁ ନିଜ ପୁଅ-ଝିଅଙ୍କୁ ସବୁଦିନ ପାଇଁ ଅନାଥ କରି ଛାଡ଼ିଗଲେ। ଯୁବକ କହିଛନ୍ତି, ପିତାଙ୍କ ଅସ୍ଥି ବିସର୍ଜନ କରି ମା'ଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲା ପରେ ଡାକ୍ତର ମା'ଙ୍କ ମୃତ୍ୟୁ ସାର୍ଟିଫିକେଟ ତାଙ୍କ ହାତରେ ଧରାଇ ଦେଇଥିଲେ। ଭାଇ-ଭଉଣୀ ୩ ଦିନ ଭିତରେ ଉଭୟ ବାପା-ମା'ଙ୍କୁ ହରାଇଥିଲେ। କରୋନା ଭାଇ-ଭଉଣୀଙ୍କୁ ସବୁଦିନ ପାଇଁ ଅନାଥ କରିଦେଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.