Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଦେଶରେ କରୋନା ମୃତ୍ୟୁହାର ଖସିଲା ୧.୬୫ ପ୍ରତିଶତକୁ, ଜାଣନ୍ତୁ କେଉଁ ରାଜ୍ୟରେ କୋଭିଡ୍-୧୯ରେ ଘଟିନି ଜଣଙ୍କ ବି ମୃତ୍ୟୁ

13/09/2020 at 9:01 PM

ନୂଆଦିଲ୍ଲୀ ୧୩।୦୯: ସମଗ୍ର ଦେଶରେ ୨୪ ଘଣ୍ଟାରେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ୧୧୧୪ ଲୋକଙ୍କ ମୃତ୍ୟୁ ଘଟିଛି। ତଥାପି ସୁସ୍ଥ ହାର ବଢୁଥିବାରୁ ଦେଶରେ ମୃତ୍ୟୁହାର ହ୍ରାସ ପାଇ ୧.୬୫ ପ୍ରତିଶତକୁ ଖସି ଆସିଛି। ଦେଶରେ ଏକ ମାତ୍ର ରାଜ୍ୟ ଭାବେ ମିଜୋରାମରେ ଆଜି ପର୍ଯ୍ୟନ୍ତ ଜଣେ ହେଲେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିନାହିଁ। ସେହି ପରି ଲାକ୍ଷାଦ୍ଵୀପରେ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୋଇ ନାହାନ୍ତି।

କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଜାରି ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୧୨ରେ ସମଗ୍ର ଦେଶରେ ୧୧୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮,୫୮୬କୁ ବୃଦ୍ଧି ଘଟିଛି।

ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ପଞ୍ଜାବରେ କରୋନା ମୃତ୍ୟୁହାର ୩.୦ ପ୍ରତିଶତ ରହିଛି। ଏହା ବ୍ୟତୀତ ଗୁଜରାଟରେ ମୃତ୍ୟୁହାର ୨.୮ ପ୍ରତିଶତ, ମହାରାଷ୍ଟ୍ରରେ ୨.୮ ପ୍ରତିଶତ,  ଦିଲ୍ଲୀରେ ୨.୨ ପ୍ରତିଶତ, ମଧ୍ୟ ପ୍ରଦେଶରେ ୨.୦ ପ୍ରତିଶତ, ପଶ୍ଚିମବଙ୍ଗରେ ୧.୯ ପ୍ରତିଶତ, ଜାମ୍ମୁ-କାଶ୍ମୀରରେ ୧.୬ ପ୍ରତିଶତ, ତାମିଲନାଡୁରେ ୧.୭ ପ୍ରତିଶତ, କର୍ଣ୍ଣାଟକରେ ୧.୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୧.୪ ପ୍ରତିଶତ, ରାଜସ୍ଥାନରେ ୧.୨ ପ୍ରତିଶତ, ହରିୟାଣାରେ ୧.୦ ପ୍ରତିଶତ, ଝାରଖଣ୍ଡରେ ୦.୯ ପ୍ରତିଶତ, ଆନ୍ଧ୍ର ପ୍ରଦେଶରେ ୦.୯ ପ୍ରତିଶତ, ଛତିଶଗଡରେ ୦.୯ ପ୍ରତିଶତ, ତେଲେଙ୍ଗାନାରେ ୦.୬ ପ୍ରତିଶତ, ବିହାରରେ ୦.୫ ପ୍ରତିଶତ, ଓଡିଶାରେ ୦.୪ ପ୍ରତିଶତ, କେରଳରେ ୦.୪ ପ୍ରତିଶତ ଏବଂ ଆସାମରେ ୦.୩ ପ୍ରତିଶତ ରହିଛି।

   Related Posts