ପଞ୍ଜାବରେ କରୋନା ମୃତ୍ୟୁହାର ସର୍ବାଧିକ, ଏବେସୁଦ୍ଧା ଗଲାଣି ୨୧୪୯ ଜଣଙ୍କ ଜୀବନ

Published By : Prameya-News7 Bureau | September 11, 2020 IST

ଚଣ୍ଡିଗଡ଼ ୧୧/୦୯: ଦେଶ​‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି । କିନ୍ତୁ ପଞ୍ଜାବର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପଞ୍ଜାବରେ କରୋନା ଜନିତ ମୃତ୍ୟୁହାର ଦେଶରେ ଅଧିକ । ମହାରାଷ୍ଟ୍ରରେ ଥିବା ମୃତ୍ୟୁହାର ୨.୯୦ ପ୍ରତିଶତକୁ କାଟି ୨.୯୫% ମୃତ୍ୟୁହାର ସହ ଶୀର୍ଷରେ ପଞ୍ଜାବ ।

ପଞ୍ଜାବରେ ଆଜି ସର୍ବାଧିକ ୨,୪୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ୮୮ ଜଣଙ୍କ ଜୀବନ ନେଇଛି କରୋନା । ବୁଧବାର ମିଳିଥିବା ରିପୋର୍ଟ ଅନୁସାରେ ଅଗଷ୍ଟ ୧ରୁ ୧,୬୭୫ ଜଣଙ୍କ ମୃତ୍ୟୁ ହୋଇସାରିଛି ।

ତେବେ ପଞ୍ଜାବରେ ମୃତ୍ୟୁହାର ଦେଶରେ ସର୍ବାଧିକ ରହିଛି । ଭ୍ୟାକ୍‌ସିନ୍ ନଆସିବା ପର୍ଯ୍ୟନ୍ତ ନିୟମ ମାନି ଚଳିବାକୁ ପଡ଼ିବ। କିନ୍ତୁ ଅଧିକ କରୋନା ଜନିତ ମୃତ୍ୟୁ ଅନ୍ୟ ରୋଗ ଥିବା କାରଣରୁ ହେଉଛି ବୋଲି ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପଞ୍ଜାବରେ ଏବେସୁଦ୍ଧା ମୋଟ ୧୮୦୮୮  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୮ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା ୨୧୪୯ରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.