ପ୍ରତି ୧୫ ସେକେଣ୍ଡରେ ଗୋଟିଏ ମୁଣ୍ଡ ନେଉଛି କରୋନା, ବିଶ୍ୱରେ ମୃତ୍ୟୁ ସଂଖ୍ୟା ୭ ଲକ୍ଷ ଟପିଲାଣି

Published By : Prameya-News7 Bureau | August 05, 2020 IST

ନୂଆଦିଲ୍ଲୀ, ୦୫|୦୮:  ଏବେ କରୋନା ଭାଇରସ ପ୍ରତି ୧୫ ସେକେଣ୍ଡରେ ଗୋଟିଏ ମୁଣ୍ଡ ନେଉଛି । ଫଳରେ ସାରା ବିଶ୍ୱରେ କରୋନା ଜନୀତ ମୃତକଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଏହି ଖବର ଯେତେବେଳେ ସାମ୍ନାକୁ ଆସିଛି ସେତେବେଳେ ଆମେରିକା, ବ୍ରାଜିଲ ଓ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି ।

ଏବେ ୨୪ ଘଣ୍ଟାରେ ସାରା ବିଶ୍ୱରେ ପ୍ରାୟ ୫୯୦୦ ଜଣ ପ୍ରାଣ ହରାଉଛନ୍ତି । ସେହିପରି ପ୍ରତି ଘଣ୍ଟାରେ ୨୪୭ଜଣ ଓ ପ୍ରତି ୧୫ ସେକେଣ୍ଡରେ ଜଣେ ପ୍ରାଣ ହରାଉଛନ୍ତି । ଆମେରିକାରେ ଏବେସୁଦ୍ଧା ୧୬୦,୩୮୫ଜଣ ପ୍ରାଣ ହରାଇ ସାରିଲେଣି । ପ୍ରତିଦିନ ଏଠାରେ ୧୧୦୦ଜଣ ପ୍ରାଣ ହରାଉଛନ୍ତି ।

ବ୍ରାଜିଲରେ ମଧ୍ୟ କରୋନା ତାଣ୍ଡବ ଚରୁଛି । ଏଠାରେ ପ୍ରାୟ ୯୬,୦୬୯ ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ ।ସେହିପରି ଅଷ୍ଟ୍ରେଲିଆ, ଜାପାନ, ହଙ୍ଗକଙ୍ଗ, ବୋଲିଭିଆ, ସୁଦାନ, ଇଥିଓପିଆ, ବୁଲଗେରିଆ, ଉଜବେକିସ୍ତାନ ଓ ଇସ୍ରାଏଲରେ ମଧ୍ୟ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି ।

ପ୍ରତି ୧୦ ଲକ୍ଷ ଲୋକ ସଂଖ୍ୟାରେ ବୁଲଗେରିଆରେ ଗୋଟିଏ ଦିନରେ ସର୍ବାଧିକ ୮୫୦ଜଣ ପ୍ରାଣ ହରାଇଛନ୍ତି ।ୟୁକେରେ ଦ୍ୱିତୀୟ ସର୍ବାଧିକ ଭାବେ ୬୮୨ ମୃତ୍ୟୁସଂଖ୍ୟା ରହିଛି । ଭାରତରେ ମଧ୍ୟ କରୋନା କେସ୍ ୧୯ ଲକ୍ଷ ଟପିଥିବା ବେଳେ ପ୍ରାୟ ୪୦ ହଜାର ଜଣଙ୍କ ଜୀବନ ଗଲାଣି । ଦେଶରେ ଦୈନିକ ପ୍ରାୟ ୮୦୦ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.