Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କରୋନା ରୋଗୀଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ, ଆସିଲେନି ସାହିଭାଇ

21/05/2021 at 10:34 PM

ଦେବଗଡ, ୨୧।୦୫: କରୋନାର ଦ୍ବିତୀୟ ଲହରୀରେ ଗ୍ରାମାଞ୍ଚଳରେ ମୃତ୍ୟୁ ଘଟୁଥିବା ରୋଗୀଙ୍କ ପାଖ ମାଡୁ ନାହାଁନ୍ତି ସାହିଭାଇ ଜ୍ଞାତି କୁଟୁମ୍ବ । ମୃତ୍ୟୁ ପରେ ଗ୍ରାମରେ ଶବ ଘଣ୍ଟା ଘଣ୍ଟା ଧରି ପଡିରହୁଥିବା ବେଳେ ଏଭଳି ସ୍ଥିତିରେ କିଛି ସ୍ବେଛାସେବୀ ଆଗଭର ହୋଇ ଶବ ସତ୍କାର କରୁଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକନଗର ଗ୍ରାମରେ । ଗ୍ରାମର କେଶବ ଅମାନ୍ତ କୋରୋନା ସଂକ୍ରମିତ ହୋଇ ବୁର୍ଲା କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବଡ ପୁଅ ଅଭିଳାଷ ଅମାନ୍ତ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଅଭିଳାଷଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ପକ୍ଷରୁ ତାଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଶବକୁ ଗାଆଁ କୁ ଅଣାଯାଇଥିଲା ।

ମାତ୍ର ଶବ ସତ୍କାର ପାଇଁ ଗାଆଁରେ କେହି ନବାହାରିବାରୁ ଶବ ବହୁ ସମୟ ଧରି ପଡିରହିଥିଲା। ଏନେଇ ଖବର ପାଇବା ପରେ ରିଆମାଳ ବ୍ଲକ ଏବିଡିଓ ଜିତୁରଞ୍ଜନ ଜେନା, ସହକାରୀ ଯନ୍ତ୍ରୀ ମହେଶ କୁମାର ମହାଲି, ପଞ୍ଚାୟତ ପିଇଓ ଜିତେନ୍ଦ୍ର ସାମଲ, ମହିଳା ସରପଞ୍ଚ ଗ୍ରାମବାସୀଙ୍କୁ ଶବ ସତ୍କାର ପାଇଁ ବୁଝାଇଥିଲେ। ମାତ୍ର ଗ୍ରାମରେ କେହି ଶବ ସତ୍କାର ପାଇଁ ବାହାରିନଥିଲେ । ପରେ ଖବରପାଇ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ, ବାରକୋଟ ବ୍ଲକ ସଭାପତି ହୀରାଲାଲ ସାହୁ ଆଉ ଦୁଇଜଣ ସ୍ବେଚ୍ଛାସେବୀଙ୍କ ସହ ପହଞ୍ଚି ପିପିଇ କିଟ ପିନ୍ଧି ଶବକୁ ସତ୍କାର କରିଥିଲେ । କରୋନା କାଳରେ ସାଧାରଣ ମୃତ୍ୟୁ ଘଟିଲେ ଶବ ସତ୍କାର ପାଇଁ କେହି ବାହାରୁ ନଥିବା ବେଳେ କରୋନା ପିଡିତଙ୍କ ମୃତ୍ୟୁ ପରେ କିଛି ସ୍ବେଚ୍ଛାସେବୀ ଆଗଭର ହୋଇ ଶବ ସତ୍କାର କରୁଛନ୍ତି, ଯାହାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

   Related Posts