Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କରୋନା ମୃତକଙ୍କୁ କବର ଦେବାକୁ ମିଳିଲାନି କବ୍ରସ୍ତାନ, ଶ୍ମଶାନରେ ହେଲା ଦାହ ସଂସ୍କାର

3/04/2020 at 3:07 PM

ମଲାଡ ୩।୪: କରୋନା ସଂକ୍ରମଣ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏଥିରେ ଅନେକ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ବେଳେ ଅନ୍ତ୍ୟେଷ୍ଟିରେ ସମସ୍ୟା ଉପୁଜିଥିବାର ଜଣାପଡିଛି। ଏହି ଭଳି ଏକ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଜନୈକ କରୋନା ଆକ୍ରାନ୍ତ ମୁସଲମାନ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ ତାଙ୍କୁ କବର ଲାଗି କବରସ୍ତାନ କର୍ତ୍ତୃପକ୍ଷ ଅନୁମତି  ମିଳିନଥିଲା। ଏଣୁ ନିକଟସ୍ଥ ହିନ୍ଦୁ ଶ୍ମଶାନରେ ତାଙ୍କର ହିନ୍ଦୁ ରିତିନୀତିରେ ଦାହ ସଂସ୍କାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ମାଲୱାନୀ କଲେକ୍ଟରେଟ୍ ପରିସରରେ ରହୁଥିବା ଜନୈକ ୬୫ ବର୍ଷ ବୟସ୍କ ମୁସଲନମାନ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ବୁଧବାର ପ୍ରତ୍ୟୁଷରେ ତାଙ୍କର ପରଲୋକ ହୋଇଥିଲା। ମୃତକ ଇସ୍ଲାମଧର୍ମାବଲମ୍ବୀ ଏଣୁ ପରିବାର ଲୋକେ ତାଙ୍କୁ ମଲାଡର ମାଲୱଡନୀ କବ୍ରିସ୍ତାନକୁ ଆଣିଥିଲେ। ହେଲେ କବ୍ରସ୍ତାନ ଟ୍ରଷ୍ଟି କରୋନା ସଂକ୍ରମିତଙ୍କ ଦଫନ ଲାଗି ଅନୁମତି ଦେଇ ନଥିଲେ।

ତେବେ ଏଥିଲାଗି ମୃତକଙ୍କ ପରିବାରକୁ ମହାନଗରପାଳିକା ଅନୁମତି ପ୍ରଦାନ କରିଥିଲେ। ଏଥିରେ ବୁଧବାର ଭୋର ୪ଟାବେଳେ ଶବ ପୋତିବା ଲାଗି କୁହାଯାଇଥିଲା। ତେବେ କର୍ତ୍ତୃପକ୍ଷ ଏଥିଲାଗି ରାଜି ନ ହେବାରୁ ପରିବାର ଲୋକେ ପୋଲିସର ଶରଣାପନ୍ନ ହୋଇଥିଲ। ଏଥିରେ ପୋଲିସ ହସ୍ତକ୍ଷେପ ମଧ୍ୟ କରିଥିଲା। ହେଲେ ଟ୍ରଷ୍ଟିମାନେ ରାଜି ହୋଇନଥିଲେ। ଏଣୁ ମୃତକଙ୍କ ସଂସ୍କାର ଲାଗି ପରିଜନଙ୍କ ହିନ୍ଦୁ ସମ୍ପର୍କିୟମାନେ ଆଗକୁ ଆସିଥିଲେ। ନିକଟରେ ଥିବା ହିନ୍ଦୁ ଶ୍ମଶାନକୁ ନେଇ ଧାର୍ମିକ ରିତନୀତିରେ ତାଙ୍କର ସଂସ୍କାର କରିଥିଲେ।

ତେବେ ମାହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ମାଲୱାନୀ ବିଧାୟକ ଅସ୍ଲମ ଶେଖ୍ ସରକାରଙ୍କ କରୋନା ଗାଇଡ ଲାଇନରେ ଯେଉଁଠି ସଂକ୍ରମିତଙ୍କ ମୃତ୍ୟୁ ହେବ ନିକଟସ୍ଥ କବରସ୍ତାନ ହେଉ କି ଶ୍ମଶାନରେ ତାଙ୍କର ସଂସ୍କାର ହେବା କଥା। ତେବେ ମୃତକଙ୍କ ପରିବାର ଲୋକେ ଶବକୁ ସିଧା ମଲାଡ ଧରିଆସିଥିଲେ ବୋଲି କହିଛନ୍ତି। ଏଥିଲାଗି ସେମାନେ ପୂର୍ବରୁ କବରସ୍ତାନ କର୍ତ୍ତୃପକ୍ଷକୁ ସାମାନ୍ୟ ସୂଚନା ବି ଦେଇନଥିବାରୁ ଏପରି ସମସ୍ୟା ଉପୁଜିଥିଲା ବୋଲି କହିଛନ୍ତି।  

   Related Posts