Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କମ୍‌ ସଂକ୍ରମଣ ଥିବା ଜିଲ୍ଲାରେ କରୋନା କର୍ଫ୍ୟୁ କୋହଳ କଲେ ସରକାର, ଜୁନ ପହିଲାରୁ ମିଳିବ ଆଶ୍ବସ୍ତି

30/05/2021 at 4:38 PM

ଲକ୍ଷ୍ନୌ ୩୦/୫: କରୋନାର ଦ୍ବିତୀୟ ଲହର ପ୍ରକୋପ ଧିରେଧିରେ କମୁଥିବା ଦେଖିବାକୁ ମିଳୁଛି। କିନ୍ତୁ କିଛି ରାଜ୍ୟରେ ସଂକ୍ରମଣ ଜାରି ରହିଛି। କେତେକ ରାଜ୍ୟ ଲକ୍‌ଡାଉନ୍‌ ବଢ଼ାଉଥିବା ବେଳେ କିଛି ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଦ୍ବିତୀୟ ଲହରରେ ବେହାଲ ହୋଇଥିବା ଉତ୍ତରପ୍ରଦେଶରେ ଏବେ କରୋନା ସଂକ୍ରମଣ କମୁଥିବା ଜଣାପଡ଼ିଛି।

ଏହାକୁ ନେଇ ରାଜ୍ୟ ସରକାର କର୍ଫ୍ୟୁରେ ଢ଼ିଲା କରିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶରେ ୨୦ ଜିଲ୍ଲାକୁ ବାଦ ଦେଲେ ବାକି ଜିଲ୍ଲାରେ କରୋନା କର୍ଫ୍ୟୁ କୋହଳ ହେବ। ଜୁନ ପହିଲାରୁ କର୍ଫ୍ୟୁରେ ଲୋକଙ୍କୁ ଆଶ୍ବସ୍ତି ଦେବାକୁ ସରକାର ଘୋଷଣା କରିଛନ୍ତି। ସନ୍ଧ୍ୟା ୭ରୁ ସକାଳ ୬ ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଶନିବାର ଏବଂ ରବିବାର ପୂରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍‌ ମଧ୍ୟ ରହିବ।

ଘରୋଇ କମ୍ପାନୀ ଖୋଲିବ। ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। ଏବେ ସ୍କୁଲ୍‌, କଲେଜ ଏବଂ ଶିକ୍ଷାନୁଷ୍ଠାନ ଏବେ ଖୋଲିବାର ଯୋଜନା ନାହିଁ। ହୋଟେଲଗୁଡ଼ିକ ଏବେ ହୋମ ଡେଲିଭାରି ଜାରି ରଖିବେ । ହାଇଓ୍ବେ କଡ଼ରେ ଥିବା ଢ଼ାବା ଖୋଲା ରହିବ । କିନ୍ତୁ ଏବେ ମଲ୍‌, ସିନେମା ହଲ୍‌, କ୍ଲବ ଆଦି ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟରେ ବ୍ୟବସାୟୀ ସଂଗଠନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦୋକାନ ବଜାର ଖୋଲିବା ସମୟ ବଢ଼ାଇବାକୁ ଅପିଲ୍‌ କରିଥିଲେ। ତେବେ ଏହାକୁ ସରକାର ଅନୁଧ୍ୟାନ କରି କମ୍‌ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିରେ କର୍ଫ୍ୟୁ କୋହଳ କରିବାକୁ ଯୋଜନା କରିଛନ୍ତି।

   Related Posts