କରୋନା ମୁକ୍ତ ହେଉଛି ରାଜ୍ୟ ! ୪ ଜିଲ୍ଲା ବ୍ୟତୀତ ଅନ୍ୟ ସ୍ଥାନରେ କର୍ଫ୍ୟୁ କୋହଳ କଲେ ସରକାର

Published By : Prameya-News7 Bureau | June 06, 2021 IST

ଲକ୍ଷ୍ନୌ ୬/୬: କରୋନାର ଦ୍ବିତୀୟ ଲହର ପ୍ରକୋପ ଧିରେଧରେ କମୁଥିବା ଦେଖିବାକୁ ମିଳୁଛି। ଦେଶରେ ଦୈନିକ ସଂକ୍ରମଣ କମିଥିବା ବେ​‌ଳେ ବିଭିନ୍ନ ରାଜ୍ୟର କରୋନା ସ୍ଥିତି ସୁଧୁରିବାରେ ଲାଗିଛି। ଉତ୍ତରପ୍ରଦେଶ ଏବେ କରୋନା ମୁକ୍ତ ହେଉଥିବା ଜଣାପଡ଼ିଛି। କେବଳ ୪ ଜିଲ୍ଲାକୁ ଛାଡ଼ିଦେଲେ ବାକି ଜିଲ୍ଲାରେ ଏ​‌ବେ କରୋନା କର୍ଫ୍ୟୁ କୋହଳ କରିଛନ୍ତି ଉତ୍ତରପ୍ରଦେଶ ସରକାର। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପାଖାପଖି ଗୈତମବୁଦ୍ଧ ଜିଲ୍ଳାରେ ମଧ୍ୟ କରୋନା କର୍ଫ୍ୟୁ ହଟାଇ ଦିଆଯାଇଛି। ନୋଏଡାରେ ୭ ଜୁନ୍‌ରୁ ଦୋକାନ ବଜାର କରୋନା ନିୟମ ସହ ଖୋଲିବା ଆରମ୍ଭ ହେବ ।

ସରକାରୀ କାର୍ଯ୍ୟାଳୟରେ ଏଣିକି ୫୦ ପ୍ରତିଶତ କର୍ମଚାରୀ ଉପସ୍ଥିତ ହୋଇପାରିବେ । ପ୍ରତି କାର୍ଯ୍ୟାଳୟରେ କୋଭିଡ୍‌ ହେଲ୍ପ ଡେସ୍କ ରହିବା ଜରୁରୀ। ସପ୍ତାହାନ୍ତ କର୍ଫ୍ୟୁ ଯୋଗୁଁ ଜିଲ୍ଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ୬୦୦ ତଳକୁ ଖସିଆସିଛି। ତଥାପି ୭ ଜୁନ୍‌ ପରେ କର୍ଫ୍ୟୁ କୋହଳ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ୫ ଦିନ ଯାଏ ସକାଳ ୭ରୁ ସନ୍ଧ୍ୟା ୭ ଯାଏ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଗାଇଡଲାଇନ୍‌ ମୁତାବକ କୋହଳ ଦିଆଯିବ। ଏହା ସହ ନାଇଟ୍‌ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକ୍‌ଡାଉନ୍‌ ଜାରି ରହିବ। କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ପ୍ରକାର କୋହଳ କରାଯିବ ନାହିଁ ବୋଲି ଜଣାପଡ଼ିଛି।

କୋଚିଂ ସେଣ୍ଟର, ଜିମ, ସ୍ପା ସେଣ୍ଟର ଏବଂ ମଲ୍‌ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଖାଦ୍ୟ କେବଳ ଡେଲିଭରି ପାଇଁ ଅନୁମତି ମିଳିବ। ଧାର୍ମିକ ସ୍ଥଳ ଖୋଲୁଥିବା ବେଳେ ଏକାଥରେ କେବଳ ୫ ଜଣଙ୍କୁ ପ୍ରବେଶ ଅନୁମତି ମିଳିଛି। ସେପଟେ ବିବାହରେ ୨୫ ଏବଂ ଅନ୍ତିମ ସଂସ୍କାର ବେଳେ କେବଳ ୨୦ ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର। ଅଟୋରେ କେବଳ ୩ ଜଣ ଯାତ୍ରୀଙ୍କୁ ବସିବାକୁ ଅନୁମତି ମିଳିଥିବା ବେଳେ କାରରେ ୪ ଜଣ ଯାତ୍ରା କରିପାରିବେ। ୟୁପିରେ ୪ ଜିଲ୍ଲା  ଲକ୍ଷ୍ନୌ, ଗୋରଖପୁର, ମେରଠ ଏବଂ ସହାରନପୁରରେ କରୋନା କର୍ଫ୍ୟୁ ଲାଗୁ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.