ଏହି ସହରରେ ଏପ୍ରିଲ୍‌ ୧୯ ଯାଏ ଲକ୍‌ଡାଉନ୍‌, ଦିଆଗଲା ‘କରୋନା କର୍ଫ୍ୟୁ’ର ନାଁ

Published By : Prameya-News7 Bureau | April 12, 2021 IST

ଭୋପାଳ ୧୨/୪: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ କଡ଼ା କଟକଣା ଲାଗୁଛି। ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଭୋପାଳରେ ୧୯ ଏପ୍ରିଲ ଯାଏ ଲକ୍‌ଡାଉନ୍‌ ଲଗାଯାଇଛି। ଏହାକୁ କରୋନା କର୍ଫ୍ୟୁ ବୋଲି କୁହାଯାଉଛି।

କରୋନା କର୍ଫ୍ୟୁ ନେଇ ଘୋଷଣା କରିବା ପରେ ମଧ୍ୟପ୍ରଦେଶର ମନ୍ତ୍ରୀ ବିଶ୍ବାସ ସାରଙ୍ଗ କହିଛନ୍ତି, ଭୋପାଳରେ ଯେଉଁ ଭଳି ଭାବେ କରୋନା ସଂକ୍ରମଣ ବଢ଼ୁଛି, ଏହାକୁ ଦେଖି କରୋନା କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ୧୩ ଏପ୍ରିଲରୁ ୧୯ ଏପ୍ରିଲ ସକାଳ ୬ ଯାଏ କରୋନା କର୍ଫ୍ୟୁ ବଳବତ୍ତର ରହିବ। କିନ୍ତୁ ଏହି ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପରିବହନ ଚାଲୁ ରହିବ।

ଅନ୍ୟ ରାଜ୍ୟ ତଥା ଜିଲ୍ଲାରୁ ଆସୁଥିବା ଦ୍ରବ୍ୟ, ହସ୍ପିଟାଲ, ନର୍ସିଂ ହୋମ, ମେଡିକାଲ୍‌, ସ୍ବାସ୍ଥ୍ୟ ଓ ଚିକିତ୍ସା ସେବା, କେମିଷ୍ଟ, ଗ୍ରୋସରି, ହୋମ ଡେଲିଭରି, ପେଟ୍ରୋଲ ପମ୍ପ, ଏଟିଏମ, ବ୍ୟାଙ୍କ, ଦୁଗ୍ଧ ଏବଂ ପରିବା ଦୋକାନ ଆଦି ଚାଲୁ ରହିବ ବୋଲି କୁହାଯାଇଛି।

wp:embed {"url":"https://twitter.com/AHindinews/status/1381598522781274114","type":"rich","providerNameSlug":"twitter","responsive":true,"className":""}
https://twitter.com/AHindinews/status/1381598522781274114
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.