ବୃଦ୍ଧି ପାଉଛି କରୋନା ସଂକ୍ରମଣ: ଏହି ସହରରେ ମାସେ ଯାଏ ଲାଗିଲା କର୍ଫ୍ୟୁ, ସ୍କୁଲ-କଲେଜ୍‌ ଖୋଲା

Published By : Prameya-News7 Bureau | February 22, 2021 IST

ନୂଆଦିଲ୍ଲୀ ୨୨/୦୨: ଦେଶରେ ପୁଣି ବୃଦ୍ଧି ପାଉଛି କରୋନା ଭାଇରସ୍‌ ସଂକ୍ରମଣ। ମହାରାଷ୍ଟ୍ର, କେରଳ ଭଳି ବିଭିନ୍ନ ରାଜ୍ୟରେ ଏବେ କରୋନା ପୁଣି କାୟା ବିସ୍ତାର କରିଛି। ସେହିଭଳି ରାଜସ୍ଥାନରେ ବି ସ୍ଥିତି ସଙ୍ଗୀନ। ରାଜସ୍ଥାନର ଅଶୋକ ଗେହଲଟ ସରକାର ଯୋଧପୁରରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି  ୨୧ ମାର୍ଚ୍ଚ ଯାଏ ଧାରା ୧୪୪ ଲାଗୁ କରିଛନ୍ତି।

ଏହା ବ୍ୟତୀତ ବିବାହ ଏବଂ ସାର୍ବଜନୀନ କାର୍ଯ୍ୟ ପାଇଁ ୧୦୦ ଲୋକଙ୍କୁ ଅନୁମତି ମିଳିବ। କେବଳ ଅତ୍ୟାବଶ୍ୟକ ସେବା, ଦୋକାନ, ସ୍କୁଲ ଏବଂ କଲେଜ ଖୋଲା ରହିବ। ଯୋଧପୁର ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି।

ଅନ୍ୟପଟେ ମହାରାଷ୍ଟ୍ର ରେ କରୋନା ସଂକ୍ରମଣ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଭୟ ବଢ଼ାଇଲେଣି ମହାରାଷ୍ଟ୍ର ଫେରନ୍ତା। ଏହାକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କର ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.