ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୩ ହଜାର ନୂଆ ମାମଲା : ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୬ ପାର
18/06/2020 at 9:36 AM

ନୂଆଦିଲ୍ଲୀ ୧୮/୦୬ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି | ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୬ ହଜାର ୯୪୬ରେ ପହଂଚିଛି | ଗୋଟିଏ ଦିନରେ ୧୨ ହଜାର ୮୮୨ ନୂଆ ମାମଲା ସାମ୍ନାକୁ ଆସିଛି | ଦିଲ୍ଲୀରେ ରେକର୍ଡ ସଂଖ୍ୟକ ୨ ହଜାର ୪୧୪ ଏବଂ ଉତ୍ତର ପ୍ରଦେଶରେ ୫୮୩ ନୂଆ ମାମଲା ସାମ୍ନାକୁ ଆସିଛି | ଗତ ୫୦ ଦିନରେ ଦେଶରେ ନୂଆ ସଂକ୍ରମଣ ମାମଲା ୧୧ ଗୁଣ ବୃଦ୍ଧି ପାଇଛି ଓ ମୃତକଙ୍କ ସଂଖ୍ୟା ୧୨ ଗୁଣ ବୃଦ୍ଧି ପାଇଛି | ଅପରପକ୍ଷରେ ଦୁନିଆରେ ଏବେ ସୁଦ୍ଧା ୮୩ ଲକ୍ଷ ୪୩ ହଜାର ଲୋକ ସଂକ୍ରମଣଏଅ ଶୀକାର ହୋଇସାରିଛନ୍ତି | ସେଥିରୁ ୪ ଲକ୍ଷ ୪୮ ହଜାର ଲୋକଙ୍କ ମୃତ୍ୟୁ ହୋଇଛି | ଦେଶରେ ବୁଧବାର ରାତି ସୁଦ୍ଧା କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୬ ହଜାରରେ ପହଞ୍ଚିଛି | ଦେଶରେ କରୋନା ଯହୁଁ ୧୨ ହଜାର ୬୦୦ ଜଣ ପ୍ରାଣ ହରାଇଛନ୍ତି |
ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ୧୦ ହଜାରରୁ କମ ଥିଲା | କିନ୍ତୁ ବୁଧବାର ସକାଳ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ ହଜାର ହୋଇଥିଲା | ଗୋଟିଏ ଦିନରେ ୨ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି |
ରେଳବାଇ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୫ ରାଜ୍ୟରେ ୯୬୦ କୋଭିଡ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରିଛି | ଦିଲ୍ଲୀରେ ୫୦୩, ଉତ୍ତର ପ୍ରଦେଶରେ ୩୭୨, ତେଲେଙ୍ଗାନାରେ ୬୦, ଆନ୍ଧ୍ର ପ୍ରଦେଶରେ ୬୦, ମଧ୍ୟ ପ୍ରଦେଶରେ ୫ଟି କୋଚରେ କରୋନା ରୋଗୀଙ୍କ ଚିକିତ୍ସା ହେଉଛି | ଦିଲ୍ଲୀ ଆନନ୍ଦ ବିହାର, ସକୁର ବସ୍ତି, ସରାୟା ରୋହିଲ୍ଲା ଷ୍ଟେସନରେ କୋଭିଡ କୋଚ ତିଆରି କରାଯାଇଛି |
ମହାରାଷ୍ଟ୍ରରେ ବୁଧବାର ଦିନ ୩ ହଜାର ୩୦୭ ରୋଗୀ ଏବଂ ୧୧୪ ଲୋକ ପ୍ରାଣ ହରାଇଛନ୍ତି | ମୁମ୍ବାଇରେ ୧୩୬୫, ଥାନେରେ ୮୩୯ ଓ ପୁନେରେ ୩୬୨ ନୂଆ ମାମଲା ସାମ୍ନାକୁ ଆସିଛି | ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୧୬ ହଜାର ୭୫୨ ରେ ପହଞ୍ଚିଛି | ସେଥିରୁ ୫୧ ହଜାର ୯୨୨ ଆକ୍ଟିଭ ମାମଲା ରହିଥିବାବେଳେ ୫୬୫୨ ଜଣ ପ୍ରାଣ ହରାଇଛନ୍ତି |
ତାମିଲନାଡୁରେ ବୁଧବାର ଦିନ ସଂକ୍ରମଣ ସଂଖ୍ୟା ୫୦ ହଜାରକୁ ଟପିଛି | ରାଜ୍ୟରେ ବୁଧବାର ଦିନ ୨ ହଜାର ୧୭୪ ନୂଆ ମାମଲା ସାମ୍ନାକୁ ଆସିଥିଲା | ଗୋଟିଏ ଦିନରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି | ରାଜ୍ୟରେ ମୋଟ ୫୦ ହଜାର ୧୯୩ ଜଣ ସଂକ୍ରମିତ ହୋଇଛନ୍ତି |
ଗୁଜରାଟରେ ୨୫ ହଜାର ୧୪୮ କରୋନା ମାମଲା ରହିଛି | ବୁଧବାର ଦିନ ୫୨୦ ନୂଆ ମାମଲା ସାମ୍ନାକୁ ଆସିଛି | ରାଜ୍ୟରେ ୬ ହଜାର ୧୪୯ ଆକ୍ଟିଭ ମାମଲା ରହିଛି | ଏବେ ସୁଦ୍ଧା ୧୫୬୧ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ହଜାର ୪୩୮ ରୋଗୀ ସୁସ୍ଥ ହୋଇଛନ୍ତି |