୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍

Published By : Prameya-News7 Bureau | May 07, 2021 IST

ଭୁବନେଶ୍ବର ୦୭।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୨୨୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨୪୦୦ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୩୨୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୪୮୦ଜଣ, ବାଲେଶ୍ୱର ଜିଲ୍ଲାରୁ ୪୩୭ଜଣ, ବରଗଡ଼ ଜିଲ୍ଲାରୁ ୪୭୫ଜଣ, ଭଦ୍ରକ ଜିଲ୍ଲାରୁ ୩୮୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬୦ଜଣ, ବୌଦ୍ଧ ଜିଲ୍ଲାରୁ ୧୨୮ଜଣ, କଟକ ଜିଲ୍ଲାରୁ ୯୧୬ଜଣ, ଦେଓଗଡ଼ ଜିଲ୍ଲାରୁ ୬୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୨ଜଣ, ଗଜପତି ଜିଲ୍ଲାରୁ ୯୧ଜଣ, ଗଞ୍ଜାମ ଜିଲ୍ଲାରୁ ୩୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬୮ଜଣ, ଯାଜପୁର ଜିଲ୍ଲାରୁ ୩୧୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୦୬ଜଣ, କଳାହାଣ୍ଡି ଜିଲ୍ଲାରୁ ୫୮୦ଜଣ, କନ୍ଧମାଳ ଜିଲ୍ଲାରୁ ୬୯ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୨୮ଜଣ, କୋରାପୁଟ ଜିଲ୍ଲାରୁ ୧୩୦ଜଣ, ମାଲକାନଗିରି ଜିଲ୍ଲାରୁ ୬୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୫୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୮୨ଜଣ, ନୟାଗଡ଼ ଜିଲ୍ଲାରୁ ୧୯୪ଜଣ, ନୂଆପଡ଼ା ଜିଲ୍ଲାରୁ ୨୯୦ଜଣ, ପୁରୀ ଜିଲ୍ଲାରୁ ୩୬୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୧ଜଣ, ସମ୍ବଲପୁର ଜିଲ୍ଲାରୁ ୫୪୪ଜଣ, ସୋନପୁର ଜିଲ୍ଲାରୁ ୧୫୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୩୫୭ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧୨୪୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୯୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୨୩୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୪୧୮୨୧୭ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.