ଚଳିତ ବର୍ଷ ନିରାଡ଼ମ୍ବର ପାଳନ ହେବ ସ୍ୱାଧୀନତା ଦିବସ, ଦେଖିବାକୁ ମିଳିବନି ଆକର୍ଷଣୀୟ ପରେଡ୍

Published By : Prameya-News7 Bureau | July 19, 2020 IST

ଭୁବନେଶ୍ୱରର ୧୯।୦୭: ଦିନ କେଇଟା ପରେ ସ୍ୱାଧୀନତା ଦିବସ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦେଖିବାକୁ ମିଳିବନି ଆକର୍ଷଣୀୟ ପରେଡ୍‌ । କରୋନା ଭୟରେ ଏ ବର୍ଷ ରାଜ୍ୟସ୍ତରୀୟ ପରେଡ୍‌ ନିରାଡ଼ମ୍ବରରେ ପାଳନ ହେବ ବୋଲି ଜଣାପଡ଼ିଛି । ଏନେଇ କମିଶନରେଟ୍‌ ପୁଲିସ୍‌ ବରିଷ୍ଠ ଅଧୀକାରୀମାନେ ସଚିବାଳୟ ଯାଇ ଏ ବିଷୟରେ ଆଲୋଚନା କରିଛନ୍ତି । ଯେତେ କମ୍‌ ସଂଖ୍ୟକ ପୁଲିସ୍‌ କର୍ମଚାରୀଙ୍କୁ ନେଇ ପତାକା ଉତ୍ତୋଳନ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ । ଏଥିରେ କୌଣସି ସ୍କୁଲ୍‌-କଲେଜର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସବୀ ସଙ୍ଗଠନ ଭାଗ ନେଇ ପାରିବେନାହିଁ ।

ଖାଲି ସେତିକି ନୁହେଁ ଯେଉଁ ପୁଲିସ୍‌ କର୍ମଚାରୀମାନେ ଏହି ରାଜ୍ୟସ୍ତରୀୟ ପତାକା ଉତ୍ତୋଳନରେ ଭାଗ ନେବେ ସେମାନଙ୍କର କରୋନା ଟେଷ୍ଟ କରାଯିବ । ଗାନ୍ଧିମାର୍ଗକୁ ସାନିଟାଇଜ୍‌ କରାଯିବ । ଏନେଇ ଖୁବ୍‌ଶୀଘ୍ର ସଚିବାଳୟରେ ଏବ ବଡ଼ ଧରଣର ବୈଠକ ହେବ । ତା’ପରେ ସରକାର ଏ ବିଷୟରେ ସ୍ପଷ୍ଟ ଭାବରେ ଜଣାଇବେ । ଖାଲି ଭୁବନେଶ୍ୱରରେ ନୁହେଁ ସାରା ରାଜ୍ୟରେ ନିରାଡ଼ମ୍ବର ଭାବରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.