ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ବ୍ୟାପିଲା କରୋନା ଭୂତାଣୁ, କର୍ଣ୍ଣାଟକରେ ୩ ନୂତନ ମାମଲା, ସଂକ୍ରମିତଙ୍କ ସଂଖ୍ୟା ୫୦ ଛୁଇଁଲା

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ ୧୦।୦୩- ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉ ନାହିଁ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ଏବେ କର୍ଣ୍ଣାଟକରେ କୋଭିଡ୍ ୧୯ ଭୂତାଣୁ ଅର୍ଥାତ କରୋନା ଭୂତାଣୁରେ ତିନୋଟି ନୂତନ ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସିଛି। ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ବି ଶ୍ରୀରାମୁଲୁ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି।

ଏହା ପୂର୍ବରୁ ପୁଣେରେ କରୋନା ଭୂତାଣୁରେ ସଂକ୍ରମିତ ହେବା ମହାରାଷ୍ଟ୍ରରେ ପ୍ରଥମ ମାମଲା। ରାଜ୍ୟରେ ପତି-ପତ୍ନୀ କରୋନା ସଂକ୍ରମିତ ହୋଇଥିବା କୁହାଯାଉଛି। ଏହି ଦମ୍ପତ୍ତି ଜାନୁଆରୀ ୧ରେ ଦୁବାଇରୁ ପୁଣେ ଫେରିଥିଲେ। ଦୁହେଁ ପୁଣେର ଏକ ଟ୍ରାଭେଲ୍ ଏଜେନ୍ସି ପକ୍ଷରୁ ଆୟୋଜିତ ଦୁବାଇ ଟୁରରେ ଉପ ସାଗରୀୟ ଦେଶ ଯାଇଥିଲେ।

ଏହି ଦୁଇ ଦମ୍ପତ୍ତିଙ୍କୁ ଜାନୁଆରୀ ୧ରୁ ଏ ପର୍ଯ୍ୟନ୍ତ କୌଣସି ସ୍ଵାସ୍ଥ୍ୟଜନିତ ସମସ୍ୟା ଦେଖା ଯାଇନଥିଲା। ମାତ୍ର ସୋମବାର ସକାଳୁ ଉଭୟଙ୍କୁ ସ୍ଵାସ୍ଥ୍ୟରେ ଅବନ୍ନତି ଘଟିଥିଲା। ଏହା ଦେଖି ଦୁଇ ପତି-ପତ୍ନୀ ପୁଣେର ନାଇଡୁ ହସ୍ପିଟାଲ ପହଞ୍ଚି ସ୍ଵାସ୍ଥ୍ୟ ଯାଞ୍ଚ କରାଇଛନ୍ତି। ଉଭୟଙ୍କ ରକ୍ତ ନମୂନା ଇନଷ୍ଟିଚ୍ୟୁୟଟ୍ ଅଫ ଭାୟରୋଲୋଜିକୁ ପରୀକ୍ଷଣ ଲାଗି ପଠାଯାଇଥିଲା। ରକ୍ତ ନମୂନା ପୋଜିଟିଭ୍ ଆସିବା ପରେ ଉଭୟଙ୍କୁ ନାଇଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଵାସ୍ଥ୍ୟ ବିଭାଗ ମୁତାବକ ଏବେ ସେମାନେ ଅନ୍ୟ ୪୦ ଯାତ୍ରୀଙ୍କ ସନ୍ଧାନ କରୁଛନ୍ତି। ସେମାନଙ୍କର ଯାଞ୍ଚ ପରେ ସେମାନଙ୍କ ଉପରେ ବିଶେଷ ନଜର ରଖାଯିବ। ଏହି କ୍ରମରେ କେରଳ, ଦିଲ୍ଲୀ, ୟୁପି, ପଞ୍ଜାବ, ବେଙ୍ଗାଲୁରୁ ଓ ଜାମ୍ମୁରୁ ଗୋଟିଏ ଗୋଟିଏ ମାମଲା ସାମ୍ନାକୁ ଆସିଥିବା ବେଳେ ପୁଣେରୁ ଦୁଇ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.