ବ୍ରହ୍ମପୁର୮/୭: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କାୟା ବିସ୍ତାର କରି ଚାଲିଛି କରୋନା। ବୁଧବାର ଏହି ଜିଲ୍ଲାରେ ୨୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରି କି ୨୬ ଜଣ କରୋନା ଯୋଦ୍ଧା ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମିତ ୧୮୪ ଜଣ ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୮ ଜଣ କରୋନା ଯୋଦ୍ଧା କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ସ୍ଥାନୀୟ ୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
{"id":297897,"sizeSlug":"large"}ଏହିଭଳି ସହରରୁ ମୋଟ ୬୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ରାଜ୍ୟର ଗଞ୍ଜାମ ଜିଲ୍ଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏନେଇ ଗଞ୍ଜାମ ଜିଲ୍ଲାପାଳ କରୋନା କଟକଣାକୁ ଜିଲ୍ଳାରେ କଡ଼ାକଡ଼ି କରିଛନ୍ତି। ଯେମିତି କି ବ୍ରହ୍ମପୁର ସହରକୁ କିଛିଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏଥିସହ ଅତ୍ୟାବଶ୍ୟକୀୟ ସାମଗ୍ରୀର କିପରି କଳାବଜାରୀ ନ ହେବ, ଏନେଇ ଗଞ୍ଜାମ ଜିଲ୍ଳା ଟ୍ବିଟ୍ କରି ସୂଚନା ଦେଇଥିଲେ।