Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ବୃଦ୍ଧାଶ୍ରମରୁ ବାହାରିଲେ ୧୬ ପଜିଟିଭ୍, ୩ ଗାଁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷିତ

25/07/2021 at 11:50 AM

ନୂଆପଡ଼ା୨୫/୭: ନୂଆପଡା ଜିଲ୍ଲାରେ ଉପର ମୁହାଁ ହେଲାଣି କରୋନା । କୋମନା ବ୍ଳକ କୁରୁମପୁରି ପଞ୍ଚାୟତ ସ୍ଥିତ ହୋଲିହୋମ ଜରାଶ୍ରମରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଲଗାତାର ମାସେ ହେବ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ଏକ ଅଙ୍କରେ ରହିଥିବା ବେଳେ ଏବେ ଦୁଇ ଅଙ୍କ ପହଞ୍ଚିଛି।

ଶନିବାର ଜିଲ୍ଲାରେ ୯୪୪ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିବା ବେଳେ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ତା ମଧ୍ୟରୁ କୋମନା ବ୍ଳକରୁ ୧୬ ଜଣ ଓ ନୂଆପଡ଼ା ଡିଏଚଏଚରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ଜଣା ପଡିଛି । ରବିବାର ଏକ ଡାକ୍ତରୀ ଦଳ ଜରାଶ୍ରମକୁ ଯାଇ ଅଧିକ ତଦନ୍ତ କରୁଥିବା ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ କାଳୀ ଚରଣ ବେହେରା ସୁଚନା ଦେଇଛନ୍ତି । ଯାହାପାଇଁ ଆସନ୍ତା ୩୧ ଜୁଲାଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୁମପୁରୀ,ସିନାପାଲି ଓ ଘାଟିପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି କୁରୁମପୁରୀ ସରପଞ୍ଚ ।

ଏହାସହ ଗୁରୁବାର ହେବାକୁ ଥିବା ଛେଳି ବଜାର ଓ ସାପ୍ତାହିକ ବଜାରକୁ ମଧ୍ୟ ବନ୍ଦ କରାଯାଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ପୂଣି ବଢିଥିବା ବେଳେ ଜିଲ୍ଲାରେ ପୂଣି ଭୟର ବାତାବରଣ ଖେଳି ଯାଇଛି ।

   Related Posts