Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

‘ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ’, ସତର୍କ କରାଇଲା IMA

19/07/2020 at 7:36 AM

ନୂଆଦିଲ୍ଲୀ, ୧୯|୦୭: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ପ୍ରତିଦିନ ୩୪ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଓ ସ୍ଥିତି ଖରାପ ହେଉଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ ।

ଆଇଏମଏ ହସ୍ପିଟାଲର ବୋର୍ଡ ଅଫ୍ ଇଣ୍ଡିଆ ଚେୟାରମ୍ୟାନ ଡାକ୍ତର ବି କି ମୋଙ୍ଗା କହିଛନ୍ତି ଯେ, କରୋନା ମାମଲା ଦିନକୁ ଦିନ ବଢିଚାଲିଛି । ଦେଶରେ ସ୍ଥିତି ଖରାପ ଆଡକୁ ଗତି କରୁଛି । ଭାରତରେ ପ୍ରଦିଦିନ ୩୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯାହା ବହୁତ ଖରାପ । ଗ୍ରାମାଞ୍ଚଳରେ ଅଧିକ ଏହା ବ୍ୟାପୁଛି । ଯାହା ଶୁଭ ସଙ୍କେତ ନୁହେଁ । ଏହା ଗୋଷ୍ଟୀ ସଂକ୍ରମଣ ।

ଡାକ୍ତର ମୋଙ୍ଗାଙ୍କ ଏହି ବୟାନ ଅଧିକ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲଗାତାର ଭାବେ ଗୋଷ୍ଠୀ ସଂକ୍ରମଣ ହେଉନଥିବା ଦାବି କରି ଆସୁଛି । ଏହି ଦାବିକୁ ଅନେକ ବଶେଷଜ୍ଞ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ଏହାମଧ୍ୟରେ ଭାରତ କରୋନା ସଂକ୍ରମଣ ତାଲିକାରେ ତୃତୀୟ ସ୍ଥାନକୁ ଚାଲିଯାଇଛି ।

ସେ ଆହୁରି କହିଛନ୍ତି ଯେ, ଏବେ କରୋନା ଭାଇରସ ଗ୍ରାମାଞ୍ଚଳରେ ବ୍ୟାପୁଛି । ଫଳରେ ସ୍ଥିତି ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ଦିଲ୍ଲୀରେ ଏହାକୁ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆ ଓ ମଧ୍ୟପ୍ରଦେଶରେ ଜଟିଳ ସ୍ଥିତି ଉପୁଜୁଛି ।ଏହା ଅତି ଶୀଘ୍ର ବ୍ୟାପୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାରମାନେ ସତର୍କତା ଅବଲମ୍ବନ କରିବା ଉଚିତ ।

   Related Posts