Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କରୋନା ବଦଳାଇ ଦେଲା ପରମ୍ପରା: ଐତିହାସିକ ଭୁବନ ବଳଦ ଯାତ୍ରା ବନ୍ଦ, କେବଳ ବାଜିବ ୨ଟି ଢ଼ୋଲ

10/10/2020 at 6:09 PM

ଢ଼େଙ୍କାନାଳ୧୦/୧୦: ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାର ଐତିହାସିକ ଭୁବନ ବଳଦ ଯାତ୍ରା ବନ୍ଦ ହେବ। କେଉଁ ଆବାହମାନ କାଳରୁ ଢେଙ୍କାନାଳ ଜିଲ୍ଲା ତଥା ଏସିଆ ମହାଦେଶର ସର୍ବ ବୃହତମ ଗ୍ରାମ ଭୁବନରେ ଥୋରିଆ ସମାଜର ପରମ୍ପରାରେ କରୋନା କଟକଣା ଆଣିଛି ପରିବର୍ତ୍ତନ। ପରମ୍ପରା ମୁତାବକ ପାଳିତ ହୋଇ ଆସୁଥିବା ଐତିହାସିକ ବଳଦ ଯାତ୍ରାକୁ ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ପ୍ରଥମ ଥର ପାଇଁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି।

ଏହି ଉପଲକ୍ଷେ ଭୁବନ ଏନଏସି ସଭାଗୃହରେ ଆୟୋଜିତ ଶାନ୍ତି କମିଟି ବୈଠକରେ ପ୍ରଶାସନ ଓ ଥୋରିଆ ସମାଜ ତଥା ଭୁବନ ଗ୍ରାମବାସୀଙ୍କୁ ନେଇ ମିଳିତ ଭାବେ ଆୟୋଜିତ ବୈଠକରେ ଏହି ନିଷ୍ପତି ହୋଇଛି। କେବଳ ପରମ୍ପରାକୁ ରକ୍ଷା କରିବାକୁ ଥୋରିଆ ସମାଜ ଓ ବଳଦିଆ ଭାଇଙ୍କୁ ନିରାଡମ୍ବର ସହକାରେ ଦୁଇଟି ଢୋଲ ବାଜିବ । କେବଳ ଅନୁକୁଳ ଯାତ୍ରା କରି ଜଗନ୍ନାଥଙ୍କ ନିକଟରେ ବନ୍ଦାପନା ପରେ ଘରକୁ ଫେରିବା ପାଇଁ ନିଷ୍ପତି କରାଯାଇଛି। ଅପରପକ୍ଷରେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ରହି ପୂଜା ମଣ୍ଡପ ଗୁଡିକରେ  କେବଳ ନୀତିକାନ୍ତି ମଧ୍ୟରେ ମା ଦୁର୍ଗାଙ୍କର ପୂଜା ଉତ୍ସଵ ପାଳିବା ଓ ଏକାଦଶୀ ଦିନ ନିଜ ନିଜ ବ୍ୟବସ୍ଥାରେ ମୂର୍ତ୍ତୀ ବିସର୍ଜନ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି।

   Related Posts