Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କରୋନା ପରଠୁ ଦର୍ଶକ ଆସୁନାହାଁନ୍ତି, ରୋଜଗାର ପ୍ରଭାବିତ : ଚିନ୍ତାରେ ସିନେମା ହଲ୍ ମାଲିକ

5/12/2021 at 1:33 PM

ଚଣ୍ଡିଖୋଲ, ୦୫/୧୨ :   ଚଳଚ୍ଚିତ୍ର ଜଗତର ଏକ ପ୍ରମୁଖ ଭୂମିକା ନିଭାଇ ଥାଏ ସିନେମା ହଲ୍ । ସିନେମା ହଲ୍ ମାଧ୍ୟମରେ ସିନେମାର ସଫଳତା ଓ ବିଫଳତାର ରିପୋର୍ଟ ପ୍ରକାଶ ପାଇଥାଏ । ସିନେମା ହଲ ଗୁଡିକ ଦର୍ଶକଙ୍କ ମନୋରଞ୍ଜନର ଏକ ମାଧ୍ୟମ ପାଲଟିଥିବା ବେଳେ କରୋନା ମହାମାରୀ ଯୋଗୁ ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି ସିନେମା ହଲ ।

ସିନେମା ହଲରେ ଆଉ ଆଗ ଭଳି ବଡ଼ ପରଦାରେ ଫିଲ୍ମ ଦେଖିବାକୁ ମିଳିବନି । ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି ସିନେମା ହଲ ।  ଯାଜପୁର ଜିଲ୍ଲା ଜାରକା ଠାରେ ଥିବା ଲୋକନାଥ ଟକିଜ.୧୯୮୮ରୁ ଆରମ୍ଭ ହୋଇଥିବା ଏହି ସିନେମା ହଲଟି ସମ୍ପୂର୍ଣ ବନ୍ଦ ହୋଇ ଯାଇଛି । ବିଭିନ୍ନ ପୂଜା ପାର୍ବଣରେ ଏହି ସିନେମା ହଲ ସମୁଖରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳୁଥିଲା । ସିନେମା ହଲରେ କାମ କରୁଥିବା କର୍ମଚାରୀ ମଧ୍ୟ ଭଲ ଦି ପଇସା ରୋଜଗାର କରୁଥିଲେ । ହେଲେ ବହୁଳ ଭାବେ ମୋବଇଲର ବ୍ୟବହାର ଡିଜିଟାଲ ମିଡ଼ିଆ ଯୋଗୁ ସିନେମା ହଲକୁ ଦର୍ଶକଙ୍କ ଆଗ୍ରହ କମିଛି । ଏପରିକି କରୋନା ମହାମାରୀ ଯୋଗୁ ହଲ୍ ଗୁଡିକ ବର୍ଷ ବର୍ଷ ଧରି ବନ୍ଦ ରହିବା ଫଳରେ ସିନେମା ଶିଳ୍ପ ବେଶ କ୍ଷତିଗ୍ରସ୍ତ ହେବା ସହ ଏଥିରେ କାମ କରୁଥିବା କର୍ମଚାରୀ ମଧ୍ୟ ବେଶ ଦୂର୍ଦ୍ଦିନରେ ଦିନ କାଟୁଛନ୍ତି ।

କେବଳ ଏହି ଗୋଟିଏ ସିନେମା ହଲ ନୁହେଁ ଯାଜପୁର ଜିଲ୍ଲାରେ ବହୁ ହଲ ଏହିଭଳି ବନ୍ଦ ହୋଇ ଗଲାଣି । ଚଣ୍ଡିଖୋଲ ଛକରେ ଥିବା ଚଣ୍ଡୀ ଟକିଜ ମଧ୍ୟ ସମାନ ଅବସ୍ଥା.କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ଧରି ହଲ ବନ୍ଦ ରହିବା ଫଳରେ ବାଧ୍ୟ ହୋଇ ମାଲିକ ବ୍ୟବସାୟିକ ସଂସ୍ଥାକୁ ଭଡା ଆକାର ରେ ଦେଇ ଦେଉଛନ୍ତି । ବାଲିଚନ୍ଦ୍ରପୁର ଠାରେ ଥିବା ଲକ୍ଷ୍ମୀ ଟକିଜ ମଧ୍ୟ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି. । ଯାଜପୁର ଜିଲ୍ଲାରେ ଏହି ଭଳି ବହୁ ସିନେମା ହଲ ସମ୍ପୂର୍ଣ ବନ୍ଦ ହୋଇଯାଇଚି । ଏଥିରେ ନିୟୋଜିତ କର୍ମଚାରୀ ମଧ୍ୟ ବେଶ ପ୍ରଭାବିତ ହୋଇଛନ୍ତି ।

ଦର୍ଶକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା ସିନେମା ହଲ। ପର୍ବ ପର୍ବାଣୀ ହେଲେ ନୂଆ ସିନେମା ଦେଖିବା ପାଇଁ ଦର୍ଶକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଥିଲା । ଏବେ ସିନେମା ହଲ ଗୁଡ଼ିକ ବନ୍ଦ ହୋଇ ଯିବା ଫଳରେ ସିନେମା ଶିଳ୍ପ ଉପରେ ବେଶ ପ୍ରଭାବ ପକାଇଛି । ହଲ ନ ରହିଲେ ସିନେମା ଶିଳ୍ପ ମଧ୍ୟ ଭୁଶୁଡି ଯିବ । ଏ ନେଇ ସରକାରୀ ସ୍ତରରେ ପଦକ୍ଷେପ ନେବା ପାଇଁ ଦାବି ହଉଛି ।

   Related Posts