କମୁଛି ମଦ ବିକ୍ରି, ଟିକସ୍ ସଂଗ୍ରହ ହ୍ରାସ ଆଶଙ୍କା: ରାଜ୍ୟ ସରକାରଙ୍କଠାର ଏବେ ଏହି ଦାବି ରଖିଲେ ମଦ ବ୍ୟବସାୟୀ

Published By : Prameya-News7 Bureau | June 20, 2020 IST

ଭୁବନେଶ୍ଵର ୨୦।୦୬: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍ ପରେ ଅନଲକ୍‌-୧ ଜାରି ରହିଛି। ଏଥିରେ ଅନେକ ପ୍ରକାରର କୋହଳ ରହିଛି। କେନ୍ଦ୍ର ସରକାର ମଦ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ଦେଇଥିଲେ। କିନ୍ତୁ ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ। ଏହି ଅନୁସାରେ ଓଡିଶା ସରକାର ମଦ ଉପରେ ୫୦ ପ୍ରତିଶତ କୋଭିଡ୍-୧୯ ଫି ଲଗାଇ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି। ଫଳରେ ମଦର ଦାମ ଅହେତୁକ ବୃଦ୍ଧି ଘଟିଛି।

ହେଲେ ଏବେ ରାଜ୍ୟର ମଦ ବ୍ୟବସାୟୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, 'special COVID-19 fee' ର ୫୦ ପ୍ରତିଶତ ଫିକୁ କମ କରାଯାଇ ଏକ ଯୁକ୍ତିଯୁକ୍ତ ଦର ଲାଗୁ କରାଯାଉ। ଶନିବାର ଅଧିକାରୀ ଏହାର ସୂଚନା ଦେଇଛନ୍ତି। ମଦ ଦୋକାନୀ ରାଜ୍ୟ ସରକାରଙ୍କୁ ରିଟେଲର୍ସଙ୍କ ଦ୍ଵାରା ମଦ ବିକ୍ରି ପାଇଁ ମଧ୍ୟ ଅନୁମତି ମାଗିଛନ୍ତି। କନଫେଡେରେସନ ଅଫ ଇଣ୍ଡିଆ ଆଲକୋହୋଲିକ ବେଭରେଜ କମ୍ପାନୀଜ(CIABC) ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ କହିଛନ୍ତି ଯେ, ସେସ୍‌ ଲାଗୁ କରିବା ପରେ କଞ୍ଜ୍ୟୁମର ପ୍ରାଇସ୍‌ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଦର ଅହେତୁକ ବଢିବାରୁ ମଦ ବିକ୍ରି  ହ୍ରାସ ଘଟିଛି ଏବଂ ଟିକସ୍‌ ସଂଗ୍ରହ ମଧ୍ୟ କମ ହେଉଛି।

CIABCର ନିର୍ଦ୍ଦେଶକ ଜେନେରାଲ ବିନୋଦ ଗିରି କହିଛନ୍ତି,  ଆମେ ନିଜର କଥା ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରଖିଛୁ। ଏହି ଶିଳ୍ପର ଏକ ଦାୟିତ୍ଵବାନ ସଂଗଠନ ହିସାବରେ କହିଛୁ ଯେ, ସମସ୍ତ ଷ୍ଟେକହୋଲର୍ଡସ୍‌ଙ୍କ ହିତକୁ ଧ୍ୟାନରେ ରଖାଯାଉ। ଏଥିରେ ସରକାର, ବ୍ୟବସାୟୀ, ସୋସାଇଟି ଓ ଗ୍ରାହକ ସାମିଲ। ସେ କହିଛନ୍ତି ବିକ୍ରି କମ ହେଲେ ସରକାରଙ୍କ ଟିକସ୍‌ ଆଦାୟ ମଧ୍ୟ କମ ହେବ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ୫୦ ପ୍ରତିଶତ 'special COVID-19 fee' ସହିତ ମଦର ହୋମ ଡେଲିଭରୀକୁ ମଞ୍ଜୁରୀ ଦେଇଥିଲେ। ଏହା ସହିତ କୌଣସି ଲାଇସେନ୍ସଧାରୀଙ୍କୁ ଦୋକାନ ଖୋଲି ମଦ ବିକ୍ରି କରିବାକୁ ଅନୁମତି ଦିଆଯାଇ ନାହିଁ। ଏଥିରେ ବଡ ସଂଖ୍ୟାରେ ଲୋକ ମଦ କିଣି ପାରୁ ନାହାନ୍ତି। ଏଥିରେ ଅଧିକାଂଶ ଲୋକ ଅନଲାଇନ୍‌ ଜରିଆରେ ମଦ କିଣିବାକୁ ସକ୍ଷମ ନାହାନ୍ତି। ଉପରେ ପୁଣି ଅହେତୁକ ଦର ବୃଦ୍ଧି।

ବଢୁଛି କଳାବଜାରୀ

ବିକ୍ରି କମ ହେବା ସହ ଟିକସ୍ ଆଦାୟ ମଧ୍ୟ କମ ହେଉଛି। ଏଥିରେ ବେଆଇନ ମଦ ବିକ୍ରି ବଢିବାର ସମ୍ଭାବନା ଅଧିକ ରହିଛି। ମଦ ଦୋକାନ ବନ୍ଦ ରହିଥିବାରୁ ରାଜ୍ୟରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପଡିଛି।

୧୦ ରୁ ୧୫ ପ୍ରତିଶତ ହେବା ଉଚିତ୍ କୋଭିଡ୍ ସେସ୍‌

ସେ କହିଛନ୍ତି ଯେ, ଗତ ବର୍ଷର ସମାନ ଅବଧି ତୂଳନାରେ ଚଳିତ ବର୍ଷ ମେ ମାସରେ ୮୭ ପ୍ରତିଶତ ମଦ ବିକ୍ରି କମ ହୋଇଛି। ସ୍ପେଶାଲ କୋଭିଡ୍-୧୯ ଫି ୫୦ ପ୍ରତିଶତ ହୋଇଥିବାରୁ ଅଧିକାଂଶ ଲୋକେ ମଦ କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ କୋଭିଡ୍ ଫି ୧୦ ରୁ ୧୫ ପ୍ରତିଶତ ମଧ୍ୟରେ ରଖାଯିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.