ବେକାବୁ କରୋନା : ୧୦ ଦିନ ପାଇଁ ମାର୍କେଟ ଖୋଲିବା ନେଇ କଟକଣା, ଆରମ୍ଭ ହେଲା ଦୋକାନୀଙ୍କର କୋଭିଡ଼ ଟେଷ୍ଟ

Published By : Prameya-News7 Bureau | October 07, 2020 IST

ଅନୁଗୁଳ ୦୭।୧୦: ରାଜ୍ୟର କିଛି ଜିଲ୍ଲାରେ କରୋନା ସଂକ୍ରମଣ କମୁଥିବା ବେଳେ କିଛି ଜିଲ୍ଲାରେ ସଂକ୍ରମଣ ଗ୍ରାଫ ବଢିଚାଲିଛି । ସେହିସବୁ ଜିଲ୍ଲାମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲା ଅନ୍ୟତମ ।  ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ପୁଣିଥରେ ୧୦ ଦିନ ପାଇଁ ମାର୍କେଟକୁ ସକାଳୁ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ସମସ୍ତ ବ୍ୟବସାୟୀଙ୍କର କରୋନା ଟେଷ୍ଟ କରାଯିବ । ଯେଉଁଥିପାଇଁ ଆଜିଠାରୁ ବ୍ୟବସାୟୀଙ୍କ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି ।

{"id":339979,"sizeSlug":"large"}

ଚିନ୍ତା ବଢ଼ାଉଛି କରୋନା। ଅନୁଗୁଳରେ ବେକାବୁ କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫ ହଜାର ପାର ହୋଇସାରିଛି । ଏବେ ସୁଦ୍ଧା ୫୩୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଛି ।ଏହାକୁ ଦୃଷ୍ଟିରେ ରଖି  ଅନୁଗୁଳ ବ୍ୟବସାୟୀ ସଂଘ ଆଉ ବିଭିନ୍ନ ପୂଜା କମିଟି ଆଜିଠାରୁ ୧୦ ଦିନ ପର୍ଯ୍ୟନ୍ତ ସକାଳୁ ୭ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଏକ ଲିଖିତ ପତ୍ର ମଧ୍ୟ ଅନୁଗୁଳ ଜିଲ୍ଲାପାଳଙ୍କୁ ଦେଇଛନ୍ତି। କିଭଳି ଭାବେ ଅଧିକରୁ ଅଧିକ ଟେଷ୍ଟିଂ ହୋଇ ପାରିବ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି। ଆଜି ବଜାରରେ ଦୋକାନୀଙ୍କ କରୋନା ଟେଷ୍ଟି ଆରମ୍ଭ ହୋଇଛି ।

{"id":339980,"sizeSlug":"large"}

ସେପଟେ ଅନୁଗୁଳ ମେଡିକାଲରେ ଟେଷ୍ଟି ପାଇଁ ସକାଳୁ ସକାଳୁ ଲମ୍ବା ଲାଇନ ଲାଗିଛି। ମେଡିକାଲରେ ପ୍ରତିଦିନ ସୀମିତ ଟେଷ୍ଟି ହେଉ ଥିବାରୁ ଆଗୁଆ ଲୋକ ଲାଇନ ଲଗାଉଛନ୍ତି। ପଛରେ ରହୁଥିବା ଲୋକଙ୍କୁ ପୁଣି ଦିନେ ଅପେକ୍ଷା କରିବାକୁ ପଡୁଛି । ଯାହାକି ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ୮୫,୩୮୨ ଜଣଙ୍କର ଟେଷ୍ଟି ହୋଇ ସାରିଛି ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତେ କୋଭିଡ ନିୟମ ମାନିବା ପାଇଁ ପ୍ରଶାସନ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି।

{"id":339981,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.