Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦିଲ୍ଲୀରେ ବୃଦ୍ଧି ହେଲା କରୋନା ସଂକ୍ରମଣ, ସପ୍ତାହରେ ୩୦ କଣ୍ଟେନମେଣ୍ଟ ଜୋନ୍‌ ବଢ଼ିଲା

7/11/2021 at 10:32 PM

ନୂଆଦିଲ୍ଳୀ ୦୭/୧୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ସମେତ ସକ୍ରିୟ ମାମଲା ବଢ଼ିଛି । ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଅନୁସାରେ, ରବିବାର ୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି। ରବିବାର କୌଣସି ରୋଗୀଙ୍କ ମୃତ୍ୟୁ ହୋଇନାହିଁ। ଅନ୍ୟପଟେ ଦିଲ୍ଲୀରେ ଗତ ସପ୍ତାହ​ରେ ଅଧିକ ୩୦ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି ।

ରାଜଧାନୀ ଦିଲ୍ଲୀରେ ଏବେ ସୁଦ୍ଧା ୧୪,୪୦୧୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪,୧୪,୬୬୨ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ୨୫୦୯୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦିଲ୍ଲୀରେ କରୋନା ମୃତ୍ୟୁ ହାର ୧.୭୪ ପ୍ରତିଶତ ରହିଛି । ଏବେ ସେଠାରେ ୩୬୫ ସକ୍ରିୟ କରୋନା ମାମଲା ରହିଛି ।  ୧୫୭ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସୋଲେସନ୍‌ରେ ୧୬୧ ଜଣ ଥିବା ଜଣାପଡ଼ିଛି ।

ଅନ୍ୟପଟେ ନଭେମ୍ବର ୧ରେ ୮୬ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ବେଳେ ଏହାର ସଂଖ୍ୟା ବଢ଼ି ନଭେମ୍ବର ୭ ବେଳକୁ ୧୧୬​‌ରେ ପହଞ୍ଚିଛି। ଏହା ସହ  ଏହି ସବୁ ଅଞ୍ଚଳରେ କଟକଣା ସାମାନ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ମାସ୍କ ପିନ୍ଧୁନଥିବା ଲୋକେ ଫାଇନ ଗଣୁଛନ୍ତି। ଏହି ସବୁ ଅଞ୍ଚଳ ସହ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ଚିହ୍ନଟ କରାଯାଇ ଯାଞ୍ଚ କରାଯାଉଛି।  ଏହା ବ୍ୟତୀତ ଦିଲ୍ଲୀରେ ଏବେ ସଂକ୍ରମଣ ହାର ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି। ନଭେମ୍ବର ପହିଲାରେ ସଂକ୍ରମଣ ହାର ୦.୦୪ ପ୍ରତିଶତ ଥିବା ବେଳେ ଏବେ ୦.୧୧ ପ୍ରତିଶତ ରହିଛି ।     

   Related Posts