Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୮ କରୋନା ସଂକ୍ରମିତ, ୮୭୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

18/05/2020 at 9:59 AM

ଭୁବନେଶ୍ବର ୧୮।୦୫ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ସୋମବାର ରାଜ୍ୟରେ ଆଉ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।

ରବିବାର ରାଜ୍ୟରେ  ୯୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥି ସହ କରୋନା ମ୍ୟାପରେ ଯୋଡି ହୋଇଛି ଆଉ ଏକ ଜିଲ୍ଲା ସମ୍ବଲପୁର । ବର୍ତ୍ତମାନ ୨୨ ଜିଲ୍ଲାକୁ କବଳିତ କରିସାରିଲାଣି କରୋନା । ରବିବାର  ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ଅନ୍ୟ ୪ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ଏଥିସହ ଜଣେ ସରପଞ୍ଚ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ୯୭ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଭଦ୍ରକ ଜିଲ୍ଲାରୁ ୨୮, ବାଲେଶ୍ବରରେ ୧୭, ଗଞ୍ଜାମରେ ୧୫, କଟକରେ ୧୨, ପୁରୀ ୧୧, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୨, ସୁନ୍ଦରଗଡ଼, ସମ୍ବଲପୁର ଏବଂ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ୬୫୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts