Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ରାଜ୍ୟରେ ୬୧ କରୋନା ସଂକ୍ରମିତ ଚିହ୍ନଟ, ୬୭୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

15/05/2020 at 9:12 AM

ଭୁବନେଶ୍ବର ୧୫।୫: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଉ ୬୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଶୁକ୍ରବାର ୪୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର କେନ୍ଦ୍ରାପଡାରେ ୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଥିଲେ । ୪୮ ସଂକ୍ରମିତ ଗଞ୍ଜାମ, ବାଲେଶ୍ବର, ପୁରୀ, ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ, ନୟାଗଡ ଏବଂ ଦେବଗଡ ଜିଲ୍ଲାର ରହିଛନ୍ତି ।

ରାଜ୍ୟରେ ଗୁରୁବାର ବିଭିନ୍ନ ସ୍ଥାନରୁ ୭୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗୁରୁବାର ଚିହ୍ନଟ ହୋଇଥିବା ୭୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୧୭, ଭଦ୍ରକ ଜିଲ୍ଲାରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୩, ସୁନ୍ଦରଗଡ ଜିଲ୍ଲାରୁ ୨ଜଣ ରହିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୧୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts