ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ : ପୁଣି ୧୪ ସଂକ୍ରମିତ ଚିହ୍ନଟ, କୋଭିଡ଼-୧୯ ପିଜିଟିଭ୍‌ ସଂଖ୍ୟା ଏବେ ୩୯୧

Published By : Prameya-News7 Bureau | May 11, 2020 IST

ଭୁବନେଶ୍ବର ୧୧।୦୫ : ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ସୋମବାର ରାଜ୍ୟରେ ଆଉ ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଆଜି ଗଞ୍ଜାମ, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ।

{"id":267979,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ରବିବାର ବିଭିନ୍ନ ସ୍ଥାନରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ରବିବାର‌ ଚିହ୍ନଟ ହୋଇଥିବା ୮୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩୬ ଜଣ, ଅନୁଗୋଳ ଜିଲ୍ଲାରୁ ୧୫ ଜଣ, ବାଲେଶ୍ବର ଜିଲ୍ଲାରୁ ୧୫ ଜଣ, ଭଦ୍ରକ ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, ବୌଦ୍ଧରୁ ୩ ଜଣ, ପୁରୀ ଜିଲ୍ଲାରୁ ୨ ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ରହିଥିଲେ । ଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଥିଲା । ଗଞ୍ଜାମ ଜିଲ୍ଲାରେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ଗଞ୍ଜାମ ଜିଲ୍ଲାରେ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ସେହିପରି ଅନୁଗୋଳ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ଚିଥିଲା । ବାଲେଶ୍ବର ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଥିଲା । ସେଥିମଧ୍ୟରୁ ୩୩ଟି ଆକ୍ଟିଭ୍ କେସ୍ ଥିବାବେଳେ ୯ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଥିଲା । ଏଥିମଧ୍ୟରୁ ୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିଲା । ଏଥିମଧ୍ୟରୁ ୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଥିଲା । ଜିଲ୍ଲାରେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ପୁରୀ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଥିଲା । ଏଥିମଧ୍ୟରୁ ୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ସେହିପରି ମୟୁରଭଞ୍ଜ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଜିଲ୍ଲାରେ ୮ଟି ଯାକ ଆକ୍ଟିଭ କେସ୍ ରହିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.