Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ରାଜ୍ୟରେ କାୟା ମେଲାଉଛି କରୋନା : ଚିହ୍ନଟ ହେଲେ ଆଉ ୨୬ ଆକ୍ରାନ୍ତ, ୨୪୫ ଛୁଇଁଲା ରୋଗୀଙ୍କ ସଂଖ୍ୟା

8/05/2020 at 6:47 AM

ଭୁବନେଶ୍ବର ୮|୫ : ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ୍ । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ଚିହ୍ନଟ ହୋଇଥିବା ୨୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୯ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୨ଜଣ ରହିଛନ୍ତି । ଏହାପରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚିଥିବା ବେଳେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬ଟି ଆକ୍ଟିଭ କେସ୍ ରହିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧ଟି ଆକ୍ଟିଭ କେସ୍ ଥିବାବେଳେ ୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗୁରୁବାର ବିଭିନ୍ନ ସ୍ଥାନରୁ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ଗୁରୁବାର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଥିଲା । ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ଗଞ୍ଜାମ ଜିଲ୍ଲାର, ୪ ଜଣ ମୟୁରଭଞ୍ଜ ଜିଲ୍ଲାର, ୨ ଜଣ ବାଲେଶ୍ବର ଜିଲ୍ଲାର, ଜଣେ ଜଗତସିଂହପୁର ଜିଲ୍ଲାର ଏବଂ ୩ ଜଣ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କାହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିଲା ତ କାହାର ସୁରଟ ଲିଙ୍କ୍‌ ରହିଥିଲା । ସେହିପରି ଗୁରୁବାର ଜଣେ ସଂକ୍ରମିତ ସୁସ୍ଥ ହୋଇଥିଲେ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts