Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ରାଜ୍ୟରେ ଆଉ ୯୬ କରୋନା ସଂକ୍ରମିତ ଚିହ୍ନଟ, ୧୮୧୯ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

30/05/2020 at 9:52 AM

ଭୁବନେଶ୍ବର ୩୦।୫: ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶନିବାର ରାଜ୍ୟରେ ଆଉ ୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ଶନିବାର ଚିହ୍ନଟ ହୋଇଥିବା ୯୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୬ ଜଣ, ବାଲେଶ୍ବର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, ଭଦ୍ରକ ଜିଲ୍ଲାରୁ ୭ ଜଣ, କଟକ ଜିଲ୍ଲାରୁ ୬ ଜଣ, ପୁରୀ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ ୧୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୬ ଜଣ, ନୟାଗଡ ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ଦେବଗଡ ଜିଲ୍ଲାରୁ ୪ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, ଗଜପତି ଜିଲ୍ଲାରୁ ୧୦ ଜଣ, ନୂଆପଡା ଜିଲ୍ଲାରୁ ୪ ଜଣ ଏବଂ ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୩୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୭ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

   Related Posts