ରାଜ୍ୟରେ ଆଉ ୧୩୦ କରୋନା ସଂକ୍ରମିତ ଚିହ୍ନଟ, ୨୬୦୮କୁ ବୃଦ୍ଧି ପାଇଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା
5/06/2020 at 9:59 AM

ଭୁବନେଶ୍ବର ୫।୬ : ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଶୁକ୍ରବାର ଚିହ୍ନଟ ହୋଇଥିବା ୧୩୦ ସଂକ୍ରମିତଙ୍କ ମଧ୍ୟରୁ କୋରାପୁଟ ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨ ଜଣ, ପୁରୀ ଜିଲ୍ଲାରୁ ଜଣେ, ରାୟଗଡା ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨ ଜଣ, କଟକ ଜିଲ୍ଲାରୁ ୨୩ ଜଣ, ଅନୁଗୋଳ ଜିଲ୍ଲାରୁ ଜଣେ, ବରଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀର ୩ ଜଣ, ଭଦ୍ରକ ୪ ଜଣ, କେନ୍ଦୁଝର ୨ ଜଣ, କନ୍ଧମାଳ ୩ ଜଣ, କଳାହାଣ୍ଡି ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ସୋନପୁର ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ରହିଛନ୍ତି ।
COVID-19 REPORT FOR 4th JUNE
— I & PR Department, Odisha (@IPR_Odisha) June 5, 2020
New positive cases: 130
In quarantine:124
Local contacts:06
(Details of local contacts will be shared by concerned District Administration)
1. Koraput: 6
2. Khordha: 22
3. Puri: 1
4. Raygada: 1
5. Jajpur: 3
6. Jagatsinghpur: 1
New recoveries: 65
— I & PR Department, Odisha (@IPR_Odisha) June 5, 2020
Cumulative tested: 169010
Positive: 2608
Recovered: 1481
Active cases: 1117
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୧୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।