ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୧୧୦୩, ଚିହ୍ନଟ ହେଲେ ଆଉ ୫୧ ପଜିଟିଭ୍

Published By : Prameya-News7 Bureau | May 21, 2020 IST

ଭୁବନେଶ୍ବର ୨୧।୫ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ଗୁରୁବାର ରାଜ୍ୟରେ ଆଉ ୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୫୧ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, କଟକ ଜିଲ୍ଲାରୁ ୯ ଜଣ, ପୁରୀ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୧୧ ଜଣ, ଅନୁଗୋଳ ଜିଲ୍ଲାରୁ ୨ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଏବଂ ମାଲକାନଗିରି ଜିଲ୍ଲାରୁ ଜଣେ ରହିଛନ୍ତି ।

{"id":273296,"sizeSlug":"large"}

ବୁଧବାର ରାଜ୍ୟରେ ୭୪ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ୨୮ ଜଣ, ପୁରୀ ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ, ମାଲକାନଗିରି ଜିଲ୍ଲାରୁ ୨ ଜଣ, ବାଲେଶ୍ୱର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୭୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.