Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ଟ୍ରାଭେଲ୍ କଟକଣା ନଥିବାରୁ ବଢୁଛି କରୋନା ସଂକ୍ରମଣ : BMC କମିଶନର

5/04/2021 at 1:22 PM

ଭୁବନେଶ୍ବର ୫।୪: ରାଜ୍ୟରେ ଧିରେ ଧିରେ ବଢୁଛି କୋଭିଡ୍ ସଂକ୍ରମଣ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଭୁବନେଶ୍ବରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଟ୍ରାଭେଲ କଟକଣା ନାହିଁ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ବିଏମସି ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ  ୭୦ ପଜିଟିଭ ରହିଛନ୍ତି । ସଂଧ୍ୟା ସୁଦ୍ଧା ସଂଖ୍ୟା ଆହୁରି ୫ରୁ ୮ ବଢିପାରେ । ବିଏମସିରେ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଯିବ ।  ବର୍ତ୍ତମାନ ବିଏମସିର ୧୫୦ ବେଡ୍ ରହିଛି । ତେବେ ଖୁବ୍ ଶୀଘ୍ର ସେ ସଂଖ୍ୟାକୁ ବଢାଇବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ପ୍ରତିଦିନ ଏୟାରପୋର୍ଟ ଏବଂ ରେଳ ଷ୍ଟେସନରୁ ୫ରୁ ୧୦ଜଣ ପଜିଟିଭ ବାହାରୁଛନ୍ତି । ଭୁବନେଶ୍ବରରେ  ସଂଖ୍ୟା ବୃଦ୍ଧି  ପାଇବାର ମୁଖ୍ୟ କାରଣ ହେଉଛି କୌଣସି ଟ୍ରାଭେଲ କଟକଣା ନାହିଁ । ଏନଫୋର୍ସମେଣ୍ଟ ଟିମ୍ କାମ କରୁଛି । କରୋନା ସଚେତନତା ନେଇ ପ୍ରଚାର ପ୍ରସାର ମଧ୍ୟ କରାଯାଉଛି । ଏନଫୋର୍ସମେଣ୍ଟ ଏବଂ ସଚେତନତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ୩ଟି ଜୋନ୍ ରେ ସ୍କ୍ବାଡ୍ ଗଠନ କରାଯାଇଛି । ଚେକିଂ ବି କରାଯାଉଛି । ରବିବାର ସୁଦ୍ଧା ୭୦ ଜଣ ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି  । ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ବିଏମସି କମିଶନର କହିଛନ୍ତି ।

   Related Posts