ରାଜ୍ୟରେ ଚିହ୍ନଟ ହେଲେ ୨୮୧୯ କରୋନା ସଂକ୍ରମିତ, ୭୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | August 22, 2020 IST

ଭୁବନେଶ୍ୱର ୨୨।୦୮: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୮୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୫୩୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୯୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୧୨୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୫ଜଣ, ବରଗଡ଼ ଜିଲ୍ଲାରୁ ୧୩୬ଜଣ, ଭଦ୍ରକ ଜିଲ୍ଲାରୁ ୭୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୬, ବୌଦ୍ଧ ଜିଲ୍ଲାରୁ ୬ଜଣ, କଟକ ଜିଲ୍ଲାରୁ ୨୫୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୦୦ଜଣ, ଗଜପତି ଜିଲ୍ଲାରୁ ୬୨ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୨ଜଣ,ଜଗତସିଂହପୁର ଜିଲ୍ଲାରୁ ୪୮ଜଣ, ଯାଜପୁର ଜିଲ୍ଲାରୁ ୧୨୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୩ଜଣ, କଳାହାଣ୍ଡି ଜିଲ୍ଲାରୁ ୫୫ଜଣ, କନ୍ଧମାଳ ଜିଲ୍ଲାରୁ ୪୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୨ଜଣ, କେନ୍ଦୁଝର ୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୪୩ଜଣ, କୋରାପୁଟ ଜିଲ୍ଲାରୁ ୮୧ଜଣ,ମାଲକାନଗିରି ଜିଲ୍ଲାରୁ ୮୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୧୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୩ଜଣ, ନୟାଗଡ଼ ଜିଲ୍ଲାରୁ ୬୪ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୧୦୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୭ଜଣ, ସମ୍ବଲପୁର ଜିଲ୍ଲାରୁ ୧୪୫ଜଣ, ସୋନପୁର ଜିଲ୍ଲାରୁ ୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୭ଜଣ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୫୫୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୪୫୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୦୫୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୨୩୩୮୦୫ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.