ରାଜ୍ୟରେ ଚିହ୍ନଟ ହେଲେ ୨୬୯୮ କରୋନା ସଂକ୍ରମିତ, ୭୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | August 21, 2020 IST

ଭୁବନେଶ୍ୱର ୨୧।୮: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୬୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୭୧୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୫ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୨୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୯ଜଣ, ବାଲେଶ୍ବର ଜିଲ୍ଲାରୁ ୧୦୨ଜଣ, ବରଗଡ ଜିଲ୍ଲାରୁ ୫୬ଜଣ, ଭଦ୍ରକ ଜିଲ୍ଲାରୁ ୮୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୧ଜଣ, ବୌଦ୍ଧ ଜିଲ୍ଲାରୁ ୧୧ଜଣ, କଟକ ଜିଲ୍ଲାରୁ ୨୦୭ଜଣ, ଦେଓଗଡ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୭ଜଣ, ଗଜପତି ଜିଲ୍ଲାରୁ ୫୮ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୨ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧ଜଣ, ଯାଜପୁର ଜିଲ୍ଲାରୁ ୮୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୨ଜଣ, କଳାହାଣ୍ଡି ଜିଲ୍ଲାରୁ ୪୯ଜଣ, କନ୍ଧମାଳ ଜିଲ୍ଲାରୁ ୮୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୯ଜଣ, କେନ୍ଦୁଝର ଜିଲ୍ଲାରୁ ୨୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୭୫ଜଣ, କୋରାପୁଟ ଜିଲ୍ଲାରୁ ୧୪୬ଜଣ, ମାଲକାନଗିରି ଜିଲ୍ଲାରୁ ୮୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୯୧ଜଣ, ନୟାଗଡ ଜିଲ୍ଲାରୁ ୯୪ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୮୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୪ଜଣ, ସମ୍ବଲପୁର ଜିଲ୍ଲାରୁ ୭୮ଜଣ, ସୋନପୁର ଜିଲ୍ଲାରୁ ୩୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩ଜଣ ରହିଛନ୍ତି ।

wp:html /wp:html wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୨୭୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୩୬୯୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୮୫୭୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୭୨୪୨୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.