Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାଜ୍ୟରେ ଆଉ ୧୬୦୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୩୪୭୯ରେ ପହଞ୍ଚିଲା

1/08/2020 at 9:52 AM

ଭୁବନେଶ୍ୱର ୦୧।୦୮:  ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୭୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯୩ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୬୦୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧୫ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯ଜଣ, ବରଗଡ ଜିଲ୍ଲାରୁ ୧୩ଜଣ, ଭଦ୍ରକ ଜିଲ୍ଲାରୁ ୨୦ଜମ, ବଲାଙ୍ଗୀର ୩୮ଜଣ, ବୌଦ୍ଧ ଜିଲ୍ଲାରୁ ୯ଜଣ, କଟକ ଜିଲ୍ଲାରୁ ୫୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୯ଜଣ, ଗଜପତି ଜିଲ୍ଲାରୁ ୧୦୮ଜଣ, ଗଞ୍ଜାମ ଜିଲ୍ଲାରୁ ୩୦୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୯ଜଣ, ଯାଜପୁର ଜିଲ୍ଲାରୁ ୪୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭ଜଣ, କଳାହାଣ୍ଡି ଜିଲ୍ଲାରୁ ୩୦ଜଣ, କନ୍ଧମାଳ ଜିଲ୍ଲାରୁ ୪୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫ଜଣ, କେନ୍ଦୁଝର ଜିଲ୍ଲାରୁ ୩୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮୫ଜଣ, କୋରାପୁଟ ଜିଲ୍ଲାରୁ ୪୬ଜଣ, ମାଲକାନଗିରି ଜିଲ୍ଲାରୁ ୩୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ଜଣ, ନୟାଗଡ଼ ଜିଲ୍ଲାରୁ ୩୩ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୫୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୬୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୯ଜଣ, ସୋନପୁର ଜିଲ୍ଲାରୁ ୬ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୨ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୪୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୭୩୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୦୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୨୮୭୦୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

   Related Posts