Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟରେ ଚିହ୍ନଟ ହେଲେ ୨୬୦୨ କରୋନା ସଂକ୍ରମିତ ଚିହ୍ନଟ, ୧୦୩୫୩୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

31/08/2020 at 10:24 AM

ଭୁବନେଶ୍ୱର ୩୧।୦୮: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୩୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୬୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୪୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୪ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୩ଜଣ, ବରଗଡ ଜିଲ୍ଲାରୁ ୮୨ଜଣ, ଭଦ୍ରକ ଜିଲ୍ଲାରୁ ୪୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୨ଜଣ, ବୌଦ୍ଧ ଜିଲ୍ଲାରୁ ୯ଜଣ, କଟକ ଜିଲ୍ଲାରୁ ୨୩୬ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୭ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୦ଜଣ, ଜଗତସିଂହପୁର ଜିଲ୍ଲାରୁ ୮୨ଜଣ, ଯାଜପୁର ଜିଲ୍ଲାରୁ ୧୦୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୫ଜଣ, କଳାହାଣ୍ଡି ଜିଲ୍ଲା ୬୩ଜଣ, କନ୍ଧମାଳ ଜିଲ୍ଲାରୁ ୧୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୮ଜଣ, କେନ୍ଦୁଝର ଜିଲ୍ଲାରୁ ୮୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୧୬ଜଣ, କୋରାପୁଟ ଜିଲ୍ଲାରୁ ୧୨୬ଜଣ, ମାଲକାନଗିରି ଜିଲ୍ଲାରୁ ୮୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ଜଣ, ନୟାଗଡ଼ ଜିଲ୍ଲାରୁ ୯୧ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ଜଣ, ପୁରୀ ଜିଲ୍ଲାରୁ ୪୬ଜଣ, ରାୟଗଡ଼ା ଜିଲ୍ଲାରୁ ୫୪ଜଣ, ସମ୍ବଲପୁର ଜିଲ୍ଲାରୁ ୭୮ଜଣ, ସୋନପୁର ଜିଲ୍ଲାରୁ ୨୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୯ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୫୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୭୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୭୮୯୪୩୩ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

   Related Posts