କଟକ ସହରରୁ ଆଉ ୧୪୯ କରୋନା ପଜିଟିଭ୍ ଚିହ୍ନଟ, ୭୧ ସ୍ଥାନୀୟ ସଂକ୍ରମିତ

Published By : Prameya-News7 Bureau | August 21, 2020 IST

କଟକ, ୨୧|୦୮:  କଟକ ସହରରେ ଗୁରୁବାର ୧୪୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୭୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ କ୍ୱାରେଣ୍ଟାଇନରେ ୭୮ଜଣ ରହିଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟାଇନରେ ୪୩ ଜଣ ଥିବା ବେଳେ ସରକାରୀ କ୍ୱାରେଣ୍ଟାଇନରେ ୩୫ ଜଣ ରହିଥିଲେ ।

wp:html /wp:html

ଏବେସୁଦ୍ଧା କଟକ ସହରରେ ୨୯୭୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭୮୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୪ଜଣ ପ୍ରାଣ ହରାଇଥିବା ବେଳେ ୧୧୭୯ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.