Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରୁ ପୁଣି ୧୯୦ କୋଭିଡ୍ ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୫୨

8/08/2020 at 5:19 PM

ଭୁବନେଶ୍ୱର, ୦୮|୦୮:  ଶନିବାର ରାଜଧାନୀ ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ସେହିପରି ୧୦୩ ଜଣ ଆରୋଗ୍ୟଲାଭ ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ରାଜଧାନୀରେ ଏବେସୁଦ୍ଧା ମୋଟ୍ ୩୭୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୩୬୦ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୮ଜଣ ପ୍ରାଣ ହରାଇଥିବା ବେଳେ ୧୩୮୩ଟି ସକ୍ରିୟ କେସ୍ ରହିଛି ।

   Related Posts