ଦୁଇ ଦିନରେ ହଜାରେରୁ ଅଧିକ କରୋନା ସଂକ୍ରମିତ : ରାଜଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

Published By : Prameya-News7 Bureau | July 08, 2020 IST

ଭୁବନେଶ୍ୱର ୦୮/୦୭ : ଜୁଲାଇରେ ଭୀଷଣ ହେଉଛି କରୋନା । ଦୁଇ ଦିନରେ ହଜାରେରୁ ଅଧିକ ଲୋକଙ୍କୁ କବଳିତ କଲାଣି । ଆଜି ୫୨୭ ନୂଆ ପଜିଟିଭ୍ ଚିହ୍ନଟ ହୋଥିବା ବେଳେ ୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସଂକ୍ରମଣ ବଢିବାରୁ ବନ୍ଦ ହେଉଛି ଗୋଟିଏ ପରେ ଗୋଟଏ ଅଫିସ୍ । ୩୩୮ ଜଣ କ୍ବାରାଣ୍ଟାଇନ କେନ୍ଦ୍ରରୁ ଥିବା ବେଳେ ୧୮୯ ଜଣ ସ୍ଥାନୀୟ ବାସିନ୍ଦା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୬ଶହ ୨୪କୁ ବୃଦ୍ଧି ପାଇଛି ।...

{"id":297870,"sizeSlug":"large"}

ରାଜଧାନୀରେ ଭୟଙ୍କର ହେଲାଣି ସଂକ୍ରମଣ । ନୂଆ ନୂଆ ଅଞ୍ଚଳକୁ ମାଡି ଚାଲିଛି ମହାମାରୀ । ଭୁବନେଶ୍ବରରେ ୫ଶହ ଡେଇଁଛି ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରୁ ଆଜି ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରୁ ୪୬ । ସ୍ଥାନୀୟ ସଂକ୍ରମଣ ଟେନସନ୍ ବଢାଇଛି ।ସଂକ୍ରମଣ ବଢୁଥିବାରୁ ଆକ୍ସନ ମୋଡରେ ବିଏମସି । ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ସରକାରୀ ଏବଂ ବେସରକାରୀ ଅଫିସ । ଆରଟିଓ-୧ ପରେ ଆରଟିଓ-୨ ସିଲ୍ ହୋଇଛି । ଆରଟିଓ-୧ରୁ ୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ସବୁ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ବାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଲ୍ ହେଉଥିବା ଅଫିସ୍ କୁ ସାନିଟାଇଜ୍ କରାଯାଉଛି । ସେହିପରି ରାଜଭବନକୁ ସାଧାରଣ ଲୋକଙ୍କ ଯିବା ଉପରେ କଟକଣା ଲାଗିଛି ।

{"id":297871,"sizeSlug":"large"}

କଟକ ଶିଶୁଭବନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥିତି ମୁକାବିଲା ପାଇଁ କଟକ ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହୋଇଛି ମାସ୍ ସାନିଟାଇଜେସନ୍ ପ୍ରୋଗ୍ରାମ । ସବୁ ଓ୍ବାର୍ଡକୁ ବିଶୋଧନ କରାଯିବ । ସଟ୍ ଡାଉନ୍ ଅବଧିକୁ ୧୦ ତାରିଖ ଯାଏ ବଢା ଯାଇଥିବା ବେଳେ ଏହାକୁ ଯେପରି କଡାକଡି ପାଳନ କରାଯିବ ସେଥିପାଇଁ ରଣନୀତି କରାଯାଇଛି । କଟକ ସହରରୁ ଆଜି ୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବଡ଼ ଡାକ୍ତରଖାନା ଆଇସୋଲେସନ୍ ୱାର୍ଡରୁ ୨ ଜଣ ଅଛନ୍ତି ।

{"id":297872,"sizeSlug":"large"}

ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସାଧାରଣ ରୋଗୀଙ୍କ ଚିକିତ୍ସା ବନ୍ଦ କରାଯାଇଛି ।ସମଗ୍ର ମେଡିକାଲକୁ ସାନିଟାଇଜ୍ କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି । ଆଉଟଡୋରରେ ସାଧାରଣ ରୋଗୀଙ୍କୁ ସେବା ମିଳିବନାହିଁ । କେବଳ ଜରୁରିକାଳୀନ ସେବା ଉପଲବ୍ଧ ହେବ ।

{"id":297873,"sizeSlug":"large"}

ସୁନ୍ଦରଗଡ଼ ଜିଲ୍ଲାରେ ‘ସୁପରସ୍ପ୍ରେଡର୍’ ପାଲଟି ଯାଇଛନ୍ତି ଜଣେ ବୃଦ୍ଧ । ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରାଉରକେଲା ସେକ୍ଟର-୧୬ ଏହି ବୃଦ୍ଧ ଜଣକ ପଜିଟିଭ ଚିହ୍ନଟ ପରେ ୨ ତାରିଖରେ ଇଏସ୍ ଆଇ ମଡେଲ୍ ହସ୍ପିଟାଲରେ ଭ଼ର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଆଇଜିଏଚକୁ ରେଫର୍ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗତକାଲି ୪୯ ଓ ଆଜି ୪୬ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏଯାବତ୍ ଉକ୍ତ ବୃଦ୍ଧ ଓ ତାଙ୍କ ପରିବାର ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୫୦ଜଣଙ୍କୁ ଚିହ୍ନଟ କରାଯାଇଛି।

{"id":297874,"sizeSlug":"large"}

ରାଜ୍ୟରେ ଆଜି ୫୨୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୬୨୪କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯ଜଣ ସ୍ଥାନୀୟ ସଂକ୍ରମିତ । ୨୬ ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟରେ ଆଉ ୬ ମୁଣ୍ଡ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା, ରାୟଗଡ଼ା ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ରାପଡ଼ା ପୌରାଞ୍ଚଳର ୫ ନର୍ସିଂ ହୋମକୁ ଜରିମାନା କରାଯାଇଛି । କୋଭିଡ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ଜରିମାନା ସହ ନୋଟିସ୍ ଜାରି କରିଛି ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.