Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

୨୪ ଘଣ୍ଟାରେ ଦେଶରେ ୩୬୫୯୫ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୪୨ ହଜାରରୁ ଅଧିକ ସଂକ୍ରମିତ

4/12/2020 at 10:12 AM

ନୂଆଦିଲ୍ଲୀ ୦୪।୧୨: ଭାରତ ସହ ସାରାବିଶ୍ୱରେ କରୋନା ଭାଇରସର ସଂକ୍ରମଣର ଗ୍ରାଫ୍ ହ୍ରାସ ପାଇବାରେ ଲାଗିଛି । ଭାରତରେ ମଧ୍ୟ କରୋନା ସଂକ୍ରମଣ କେତେବେଳେ ବଢୁଛି ତ କେବେଳେ କମୁଥିବା ରେକର୍ଡ କରାଯାଉଛି ।

ଗତ ୨୪ ଘଣ୍ଟାରେ ୩୬ହଜାର ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୫୪୦ ଜଣ ଜୀବନ ହାରିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାର ୫୫୯ରେ ପହଁଚିଛି । ସବୁଠାରୁ ଭଲ କଥା ଯେ ୪୨ ହଜାର ୯୧୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏବେସୁଦ୍ଧା ଦେଶରେ ମୋଟ ୧ ଲକ୍ଷ ୩୯ ହଜାର ୧୮୮ଜଣ ପ୍ରାଣ ହରାଇଛନ୍ତି ।

ଏତତ ବ୍ୟତୀତ ଏଯାବତ ୯୦ ଲକ୍ଷ ୧୬ ହଜାର ଜଣ ଆରୋଗ୍ୟଲାଭ କରିଛନ୍ତି । ଏବେ ଦେଶରେ ୪ ଲକ୍ଷ ୧୬ ହଜାର ୮୨ ଆକ୍ଟିଭ୍ କେସ୍ ରହିଛି ।

ସବୁଠାରୁ ଅଧିକ ସକ୍ରିୟ କେସ ମହାରାଷ୍ଟ୍ରରେ ରହିଛି । ଆକ୍ଟିଭ୍ କେସ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଆଦାରରେ ଏବେ ଭାରତ ବିଶ୍ୱର ଦ୍ୱିତୀୟ ସବୁଠାରୁ ଅଦିକ ପ୍ରଭାବିତ ଦେଶ । ସୁସ୍ଥହାର ଭାରତରେ ଅଧିକ ରହିଛି । ମୃତ୍ୟୁ ମାମଲାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟରେ ରହିଛି ।

   Related Posts