Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ଟପିଲା, ୨୪ ଘଣ୍ଟାରେ ୮୬ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

25/09/2020 at 10:46 AM

ନୂଆଦିଲ୍ଲୀ, ୨୫।୦୯:  ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ୧୮ ହଜାର ୫୭୧ରେ ପହଁଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୮୬ ହଜାର ୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ୧୧୪୧ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ୯୨,୨୯୦ ହୋଇଯାଇଛି । ଏହାସହ ୭୭ ହଜାର ୪୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ତେବେ ୬ ଦିନ ପରେ ସଂକ୍ରମିତଙ୍କ ମାମଲା ସୁସ୍ଥ ସୁଖ୍ୟାଠୁ ଅଧିକ ହୋଇଛି । ଗତ ୬ ଦିନରେ ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିଲା । ଏହାସହ ଦେଶରେ ୪୭ ଲକ୍ଷ ୫୬ ହଜାର ୧୬୫ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଏବେବି ୯ ଲକ୍ଷ ୭୦ ହଜାର ୧୧୬ଟି ସକ୍ରିୟ କେସ୍ ରହିଛି ।

ସେହିପରି ଆମେରିକା ଓ ବ୍ରାଜିଲ ଭଳି ଦେଶରେ କରୋନା ମାମଲା ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଭାରତ ବିଶ୍ୱର ସବୁଠାରୁ ସଂକ୍ରମିତ ସଂଖ୍ୟା ଦେଶ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଭାରତରେ ମହାମାରୀ ସ୍ଥିତି ଅଧିକ ସଙ୍ଗୀନ ରହିଛି । ସବୁଠାରୁ ଅଧିକ ମୃତ୍ୟୁ ମାମଲାରେ ଭାରତ ତୃତୀୟରେ ରହିଛି । ଅଧିକ ସକ୍ରିୟ କେସ୍ ଥିବା ଦେଶ ମଧ୍ୟରେ ଭାରତ ଦ୍ୱିତୀୟରେ ରହିଛି ।

ସୂଚନାଯୋଗ୍ୟ, ସବୁଠାରୁ ଅଧିକ କରୋନା ପ୍ରଭାବିତ ଦେଶ ମଧ୍ୟରେ ଆମେରିକା ପ୍ରଥମରେ ରହିଛି । ଏଠାରେ ୭୧ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଲେଣି ।

   Related Posts