Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଦେଶରେ ୧୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ନୂଆ ୩୪, ୯୫୬ ପଜିଟିଭ୍ ଚିହ୍ନଟ

17/07/2020 at 9:25 AM

ନୂଆଦିଲ୍ଲୀ ୧୭|୦୭:  ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୪ ହଜାର,୯୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗୋଟିଏ ଦିନରେ ସର୍ବାଧିକ । ଏହାସହ ୬୮୭ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି ।

ମୋଟ ପଜିଟିଭ୍ କେସ୍ ସଂଖ୍ୟା ୧୦,୦୩,୮୩୨ରେ ପହଁଚିଥିବା ବେଳେ ଏହା ମଧ୍ୟରୁ ୩,୪୨,୪୭୩ଟି ସକ୍ରିୟ କେସ୍ ରହିଛି । ସେହିପରି ୬,୩୫,୭୫୭ଜଣ ସୁସ୍ଥ ହୋଇଛନ୍ତି । ତେବେ ୨୫ ହଜାର ୬୦୨ ଜଣ ମୃତ୍ୟୁବରଣ କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ୨୨ ହଜାର, ୮୩୪ଜଣ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି । ମଧ୍ୟପ୍ରଦେଶରେ ନୂଆ ୭୩୫ଟ ମାମଲା ଆସିଥିବା ବେଳେ ଏଠାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୦,୩୭୮ରେ ପହଁଚିଛି । ମହାରାଷ୍ଟ୍ରରେ ନୂଆ ୮୬୪୧ଟି ମାମଲା ଆସିଥିବା ବେଳେ ତାମିଲନାଡୁରେ ୪୫୪୯, କର୍ଣ୍ଣାଟକରେ ୪୧୬୯, ଆନ୍ଧ୍ରପ୍ରଦେଶରେ ୨୫୯୩ଟି ମାମଲା ସାମ୍ନାକୁ ଆସିଛି ।

ଦେଶରେ ପ୍ରଥମ ୫ ଲକ୍ଷ ଆକ୍ରାନ୍ତ ହେବାକୁ ୧୪୯ ଦିନ ଲାଗିଥିବା ବେଳେ ଆଉ ୫ ଲକ୍ଷ ମାତ୍ର ୨୦ ଦିନରେ ହୋଇଯାଇଛି ।

   Related Posts